ଭୁବନେଶ୍ବର : ଲକ୍ଡାଉନ୍ ଯୋଗୁଁ ରାଜଧାନୀବାସୀ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଘର ପାଖରେ ଯେତିକି ସାମଗ୍ରୀ ମିଳୁଛି, ଲୋକମାନେ ସେତିକି କିଣୁଛନ୍ତି। ଏପରିକି ଘରୁ ଗାଡ଼ି ବାହାର କଲେ ପୁଲିସ ଧରୁଛି। ଏପରି ସ୍ଥିତିରେ ବିଏମ୍ସି ପକ୍ଷରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ସହାୟତାରେ ‘ଟିକ୍ ମି’ ମୋବାଇଲ୍ ଆପ୍ ଲୋକ ବ୍ୟବହାର କରିବାକୁ ଯୋଜନା ହୋଇଛି। ଏହି ମୋବାଇଲ୍ ଆପ୍ରେ ବିଭିନ୍ନ ଅଞ୍ଚଳର ଛୋଟ ବଡ଼ ବ୍ୟବସାୟୀ ରହିବେ। ଲୋକମାନେ ସେମାନଙ୍କ ସାମଗ୍ରୀ ଅର୍ଡର୍ ଦେଲେ ସେମାନଙ୍କ ଘରେ ସାମଗ୍ରୀ ପହଞ୍ଚିଯିବ ନଚେତ୍ ସେମାନେ ଦୋକାନକୁ ଆସି ସାମଗ୍ରୀ ନେଇପାରିବେ। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ଏହି ମୋବାଇଲ୍ ଆପ୍କୁ ଆମେରିକାର ଉତ୍ତର କାରୋଲିନାରେ ବାସ କରୁଥିବା ଆଇଆଇଟି କାନପୁରରୁ ଉତ୍ତୀର୍ଣ୍ଣ ଏକ ଟିମ୍ ପ୍ରସ୍ତୁତ କରିଛି। କେବଳ ମେଲ୍ ଆଇଡି ଦେଇ ଏହି ଆପ୍କୁ ଚାଲୁ କରିହେବ। ଏହି ଆପ୍ ଦ୍ବାରା ଲୋକମାନେ ନିଜ ଘର ନିକଟରେ ଥିବା ସଉଦା ଦୋକାନ, ଔଷଧ ଦୋକାନ, ରେସ୍ତୋରାଁ ଦେଖି ପାରିବେ। ସେମାନେ ସେମାନଙ୍କର ପସନ୍ଦିତ ସାମଗ୍ରୀ ଅର୍ଡର୍ ଦେଲେ ଏହା ପ୍ରସ୍ତୁତ ହେବା ପରେ ଲୋକଙ୍କ ମୋବାଇଲ୍କୁ ମେସେଜ୍ ପଳାଇ ଆସିବ। ଅଧିକ ସଫଳ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ କେବଳ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଏହି ଆପ୍ ଡାଉନଲୋଡ୍ କରିବାର ସୁବିଧା ମିଳିବ। ଏହାପରେ ସାଧାରଣ ଲୋକ ଡାଉନଲୋଡ୍ କରିପାରିବେ।
ରାଜଧାନୀରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ‘ଟିକ୍ ମି’ ଆପ୍
/sambad/media/post_attachments/wp-content/uploads/2020/04/tickme-app-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)