ବାରଙ୍ଗ : ଜଣେ ଯୁବକଙ୍କ ମୁହଁରେ ଗରମ ତେଲ ଢାଳିଦେବା ଘଟଣାରେ ନନ୍ଦନକାନନ ଥାନା ପୁଲିସ ବେଣାଗାଡ଼ିଆ ଗ୍ରାମର ଜଳଖିଆ ଦୋକାନୀ ଯୋଗୀ ବେହେରା(୪୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ, କାର୍ ସହ ବାଇକ୍ ଘଷି ହେବାକୁ କେନ୍ଦ୍ର କରି ଶେଷ ରଜ ଦିନ ଯୋଗୀ ଓ କଲ୍ୟାଣପୁର ଗ୍ରାମ ନଦୀବନ୍ଧରେ ଶେଷ ରଜ ଦିନ ଆଶିଷ ରାଉତଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଯୋଗୀ ତାଙ୍କ ଦୋକାନରୁ ଏକ ମଗ୍ରେ ଗରମ ତେଲ ଆଣି ଆଶିଷଙ୍କ ମୁହଁକୁ ଫିଙ୍ଗିଥିଲା। ଗୁରୁତର ତାଙ୍କୁ ପ୍ରଥମେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଏ ସଂପର୍କରେ ନାବାଳକଙ୍କ ପରିବାର ପକ୍ଷରୁ ନନ୍ଦନକାନନ ଥାନାରେ ଅଭିଯୋଗ କରାଯାଇଥିଲା। ଏନେଇ ନନ୍ଦନକାନନ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।
ଯୁବକଙ୍କ ମୁହଁରେ ଗରମ ତେଲ ଢାଳିବା ଘଟଣା, ଅଭିଯୁକ୍ତ ଜଳଖିଆ ଦୋକାନୀ ଗିରଫ
/sambad/media/post_attachments/wp-content/uploads/2019/06/are-3.jpg)