ବିଷାକ୍ତ ଚନ୍ଦନ ବୋଡା ସହ ଲଢ଼ିଲା ବାହୁବଳୀ, ଶେଷରେ ସାପର ପ୍ରାଣ ଗଲା

ଭୁବନେଶ୍ୱର: ଗତକାଲି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଥିବା ଦୁଇ ମହାବଳ ବାଘ ବାହୁବଳୀ ଓ କୁନ୍ଦନ ଏକ ୩ଫୁଟର ବିଷଧର ସାପ ସହିତ ଲଢ଼ି ତାକୁ ଜୀବନରୁ ମାରି ଦେଇଥିବାର ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଗତକାଲି ଠିକ୍‌ ୪ଟାବେଳେ ପର୍ଯ୍ୟଟକମାନେ ୩୧ନମ୍ବର ଖୁଆଡ ସମ୍ମୁଖରେ ଛିଡା ହୋଇଥିଲେ। ଏହି ସମୟରେ ବାହୁବଳୀ ଓ କୁନ୍ଦନ ଖୁଆଡ ମଧ୍ୟରେ ଥିବା ଏକ ବାଉଁଶ ଗଛ ମୂଳରେ ବିଶ୍ରାମ କରୁଥିଲେ । ଏତିକି ବେଳେ ଖୁଆଡ ଭିତରକୁ ଗୋଟିଏ ଚନ୍ଦନ  ବୋଡା ସାପ ପଶି ଆସିଥିଲା।  ପ୍ରଥମେ ସାପ ଉପରେ ନଜର ପଡିଥିଲା କୁନ୍ଦନର। କୁନ୍ଦନକୁ ଦେଖି ସାପ ଗର୍ଜନ କରିଥିଲା। ଫଳରେ ବାଘଟି ଭୟରେ ପଛକୁ ଫେରି ଯାଇଥିଲା । ଏସବୁ ଦେଖି ବୋଡା ନିକଟକୁ ବାହୁବଳୀ ଦୌଡ଼ି ଯାଇଥିଲା। ସାପକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲା। କିଛି ସମୟ ଧରି ସାପ ବାଘ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଚନ୍ଦନ ବୋଡାକୁ ଦୁଇ ମହାବଳ ବାଘ ବାହୁବଳୀ ଓ କୁନ୍ଦନ ମିଶି ଜୀବନରୁ ମାରି ଦେଇଥିଲେ।

ସମ୍ବନ୍ଧିତ ଖବର