ନନ୍ଦନକାନନରେ ବାଘ ଶାବକର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଗୋଟିଏ ବାଘ ଶାବକର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଗତକାଲିଠାରୁ ସେ ଅସୁସ୍ଥ ଥିଲା। ୧୦ ଦିନ ତଳେ ବାଘୁଣୀ ରୁପା ତିନିଟି ବାଘ ଛୁଆ ଜନ୍ମ ଦେଇଥିଲା। ଏଥିମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନର ଉପ ଅଧୀକ୍ଷକ କହିଛନ୍ତି।

ସମ୍ବନ୍ଧିତ ଖବର