ଭୁବନେଶ୍ବର ବିମାନ ବନ୍ଦର ଅଞ୍ଚଳରେ ବାଘକୁ ଦେଖିଲେ ବନ କର୍ମଚାରୀ: ବାଘ ଧରିବା ପାଇଁ ଉଦ୍ୟମ ଜାରି

ଭୁବନେଶ୍ବର: ଗତକାଲି ରାଜଧାନୀର ପଳାସପଲ୍ଲୀ ଅଞ୍ଚଳରେ ଦେଖା ଦେଇଥିଲା କଳାରାପତରିଆ ବାଘ । ବାଘକୁ ଦେଖିବା ପରେ ପ୍ରଥମ ପର୍ଯ୍ୟାୟ ଅପରେସନ ଆରମ୍ଭ ହୋଇଥିଲା । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବ ବୋଲି ବନବିଭାଗ ଅନୁମାନ କରୁଥିଲା । ଏହା ପରେ ବାଘର ଗତିବିଧି ତଦାରଖ ପାଇଁ ୧୦ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା। ଭୁବନେଶ୍ବର ଏୟ‌ାରପୋର୍ଟ ଅଞ୍ଚଳରେ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପାଖରେ ବାଘ ଦେଖା ଯାଇଥିବା ବନବିଭାଗ ସୂଚନା ଦେଇଛି । ବାଘକୁ ଧରିବା ପାଇଁ ବର୍ତ୍ତମାନ ୭ଟି ଯନ୍ତା ବସାଯାଇଛି ଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ବନ କର୍ମଚାରୀ ବାଘକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, ରବିବାର ଏୟାରପୋର୍ଟ ପାଚେରୀ ଡେଇଁ ଗୋଟିଏ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପଶି ଆସିଥିବା ଖବର ମିଳିଥିଲା। ଏହାପରେ ବାଘଟି ରାସ୍ତା ଅତିକ୍ରମ କରି ଈ-୭/୧ ପ୍ଲଟ୍‌ ପରିସରରେ ଥିବା ଏକ ବେସରକାରୀ ଅଫିସ୍‌ ଦୁଆର ମୁହଁରେ ବସିଥିଲା। କିଛି ସମୟ ପରେ ବାଘଟି ଛାତ ଉପର ଦେଇ ଚମ୍ପଟ ମାରିଥିଲା। ଏହି ଘରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର