ନନ୍ଦନକାନନରେ ଧଳା ବାଘୁଣୀ ବିଜୟାର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନରେ ଧଳା ବାଘୁଣୀ ବିଜୟାର ମୃତ୍ୟୁ ଘଟିଛି। ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଝିଛି ବିଜୟା। ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ବିଜୟା ଅସୁସ୍ଥ ହୋଇ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲା। ଆଜି ଅବସ୍ଥା ବିଗିଡ଼ି ଯିବାରୁ ଭୁବନେଶ୍ୱର ଓୟୁଏଟିରୁ ୨ଜଣ ବିଶେଷଜ୍ଞ ଆସି ବାଘୁଣୀ ବିଜୟାର ସ୍ଥିତି ପରଖିଥିଲେ। ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ବିଜୟା ଅସୁସ୍ଥ ହୋଇ ଚିଡ଼ିଆଖାନାରେ ଚିକିତ୍ସିତ ହେଉଥିଲା ।

ସମ୍ବନ୍ଧିତ ଖବର