ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମହାବଳ ବାଘଙ୍କର ମାଙ୍କଡ ଶିକାର ଏବେ ନିତିଦିନିଆ କଥାରେ ପରିଣତ ହୋଇଛି। ଗତ ଦୁଈ ମାସ ତଳେ ଦେଢ଼ ବର୍ଷ ବୟସର ମହାବଳ ବାଘ ବାହୁବଳୀର ମାଙ୍କଡ଼ ଶିକାର ପରେ ଆଜି ପୁଣି ମହାବଳ ବାଘ ମନୀଷ(୧୦) କରିଛି ମାଙ୍କଡ଼ ଶିକାର। ଏକା ଥରକେ ଦୁଇଟି ମାଙ୍କଡ଼ଙ୍କୁ ଶିକାର କରିଛି। ଅପରାହ୍ଣରେ ମନୀଷ ରହୁଥିବା ୩୦ ‘ଖ’ ଖୁଆଡ଼ ଉପରେ ଦଳେ ମାଙ୍କଡ଼ ଡିଆଁ କୁଦ କରି ଖେଳୁଥିଲେ। ଭୁଲ୍‌ରେ ଏକ ଛୁଆ ମାଙ୍କଡ଼ ମନୀଷର ଖୁଆଡ଼ ମଧ୍ୟକୁ ଓହ୍ଲାଇ ଆସିଥିଲା। ଏହାଦେଖି ମନୀଷ ତା ଉପରକୁ କୁଦା ମାରି ମାଡ଼ି ବସିଥିଲା। ମାଙ୍କଡ଼ ଛୁଆଟି ପ୍ରାଣ ବିକଳରେ ଚେଁ ର୍ଚେ ହୋଇ ରଡି କଲା। ଛୁଆଟକୁ ମନିଷ କବଳରୁ ଉଦ୍ଧାର କରିବା ପାଇଁ ମାଙ୍କଡ ଦଳର ମୂଖୀଆ ଗେଧଟି ସହାସିକତା ଦେଖାଇ ଖୁଆଡ ମଧ୍ୟକୁ ଡେଇଁ ପଡିଥିଲା। ମନିଷକୁ ଦାନ୍ତ ଦେଖାଇ ଖେଁକାରୀ ହୋଇ ତା ସହିତ ମୁକା ବିଲାକରିଥିଲା। ହେଲେ ତୁଛ ଗେଧ ମାଙ୍କଡର ବାହାପିଆ ପଣକୁ ବେଖାତିର କରି ମନିଷ ତାକୁ ମଧ୍ୟ ପଞ୍ଝା ମାରି ଘାଇଲା କରିବା ସହିତ ଦାନ୍ତରେ ଧରି ଭିଣିଭିଣା କରି ମାରି ଦେଇଥିଲା। ଛୁଆ ମାଙ୍କଡ ସହ ଗେଧ ମାଙ୍କଡର ପ୍ରାଣ ହରଣ କରି ନିର୍ଭିକତାର ସହିତ ବିର ଦର୍ପରେ ଖୁଆଡ ମଧ୍ୟରେ ଗର୍ଜନ କରି ପଇଁତରା ମାରିଥିଲା। ହେଲେ ସେ ଆଗରୁ କେବେ ମାଙ୍କଡ ଖାଇନଥିବାରୁ ମଲାମାଙ୍କଡ ଦୁଇଟିକୁ ନିଜର ଆହର ଭାବି ଖାଇ ନଥିଲା। ତା ସୀମା ମଧ୍ୟରେ ମାଙ୍କଡର ଅନୁପ୍ରବେଶକୁ ବରଦାସ୍ତ କରି ନପାରି ଏପରି କରିଥିଲା। ପରେ ନନ୍ଦନକାନନ କର୍ମଚାରୀ ମୃତ ମାଙ୍କଡ ଦୁଇଟିଙ୍କ ଶବକୁ ତା ଖୁଆଡ ମଧ୍ୟରୁ କାଢି ଆଣିଛନ୍ତି। ମନିଷର ମାଙ୍କଡ ଶୀକାରକୁ ଆଜି କିଛି ପର୍ଯ୍ୟଟକ ଉପଭୋଗ କରିଛନ୍ତି। ମନିଷ ହେଉଛି ଗତ ୨୦୦୮ ମସିହା ପେବୃଆରୀ ମାସ ୨୮ ତାରିଖରେ ସାଧାରଣ ଭାରତୀୟ ରଙ୍ଗର ବାଘ ରୋହିତ ଓ ଶଳଜାଙ୍କ ଜନ୍ମିତ।

Advertisment

ହିମାଳୟ କଳା ଭାଲୁ ସମ୍ଭୁ ଗୋଡରେ ଫୁଲା
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୬ ନମ୍ବର ଖୁଆଡ ମଧ୍ୟରେ ରହୁଥିବା ହିମାଳୟ କଳା ଭାଲୁ ଶମ୍ଭୁ(୩୦)ର ଡାହଣ ଗୋଡରେ ଫୁଲା ପରିଲକ୍ଷିତ ହୋଉଛି। ଆଜି ତା ସ୍ୱାସ୍ଥ୍ୟ ଅବସ୍ଥା ନିରିକ୍ଷଣ କରିଛନ୍ତି ବିଶେଷଜ୍ଞ ଚିକିତ୍ସକ ମାନଙ୍କୁ ନେଇ ଗଠିତ ଟେକ୍ନିକାଲ କମିଟ୍‌ର ସଦସ୍ୟମାନେ। ଭାଲୁ ଶମ୍ଭୁକୁ ଔଷଧୀୟ ଚିକିତ୍ସା ଜାରୀ ରଖି ତା ରକ୍ତ ପରିକ୍ଷା ଓ ଗୋଡର ଏକ୍ସରେ କରାଯିବ। ରିପୋଟକୁ ଆଧାର କରି ରୋଗ ନିରୂପଣ କରାଯିବା ପରେ ତାର ଆଶକ୍ୟ ଚିକିତ୍ସା କରାଯି ଦରକାର ପଡିଲେ ଅସ୍ତ୍ରୋପଚାର କରାଯିବ ବୋଲି ସୂତ୍ରରୁ ଜଣାପଡିଛି। ନନ୍ଦନକାନରେ ବର୍ତମାନ ୨ୁଇଟି ପୁରୁଷ ୨ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଏକ ଶାବକକୁ ମିଶାଇ ମୋଟ ୫ଟି ହିମାଳୟ କଳା ଭାଲୁ ଅଛନ୍ତି।