ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ବାଘଛାଲ ଜବତ ହୋଇଛି। ବାଘଛାଲକୁ ଧରି ଜଣେ ବ୍ୟକ୍ତି ବରମୁଣ୍ଡାଠାରେ ବିକ୍ରି ପାଇଁ ବସିଥିବା ବେଳେ ତାଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଧରିଥିବା ସୂଚନା ରହିଛି। ଧରାପଡ଼ିଥିବା ଅଭିଯୁକ୍ତ ଜଣକ ନିଜ ବାଇକ ଡିକିରେ ବାଘଛାଲ ନେଇ ଯାଉଥିଲେ। ତେବେ, ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ତାଙ୍କ ନାଁ ପ୍ରଶାନ୍ତ ନାୟକ। ସେ ଏକ ଘରୋଇ ବିଶ୍ବବିଦ୍ୟାଳୟର ଗାଡ଼ି ଚାଳକ। ବାଘଛାଲକୁ ନେଇ ସେ କିଛି ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ବାଘଛାଲ ଜବତ ପରେ ଏସ୍ଟିଏଫ୍ ଖୋଳତାଡ଼ ଆରମ୍ଭ କରିଛି। ଏହି ବାଘଛାଲ କେଉଁଠୁ ଆସିଲା, କିଏ ଆଣିଲା, ଆଉ କେଉଁମାନଙ୍କର ଏଥିରେ ସଂପୃକ୍ତି ରହିଛି ସେନେଇ ଏସ୍ଟିଏଫ୍ ତଦନ୍ତ କରୁଛି । ଜବତ ହୋଇଥିବା ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ୍ରେ ଥିବା ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ। ଧରାପଡ଼ିଥିବା ଅଭିଯୁକ୍ତ ଜଣକ ବେପାରୀ ନା ଶିକାରୀ ନା ଜଣେ ଏଜେଣ୍ଟ ସେ ନେଇ ତଦନ୍ତ ଚାଲିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଅଧିକ ସୂଚନା ଦିଆଯିବ ବୋଲି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/90a4aad0-0c23-4d87-a74a-21e0852e237e-e1605582313103-750x430-1.jpg)