ସୁରକ୍ଷା ବଳୟରେ ରାଜଧାନୀ : ମୁତୟନ ହେବେ ୧୫ ପ୍ଲାଟୁନ୍‌ ପୁଲିସ, ସିସିଟିଭି ନଜର ରହିବ

ନୂଆ ବର୍ଷ ପାଳନ ବେଳେ ସୁରକ୍ଷା

ଭୁବନେଶ୍ବର : ଆଉ ମାତ୍ର ସପ୍ତାହକ ପରେ ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆବର୍ଷକୁ ସ୍ବାଗତ ପାଇଁ ରାଜଧାନୀ ସଜେଇ ହେଲାଣି। ସେହିପରି ନୂଆବର୍ଷ ପାଳନ ପାଇଁ ଏବେଠାରୁ ବିଭିନ୍ନ ପର୍ଯ୍ୟଟନସ୍ଥଳଠାରୁ ଆରମ୍ଭ କରି ହୋଟେଲ୍‌,ବାର, ସପି˚ ମଲ୍‌ରେ ଲୋକଙ୍କ ଭିଡ଼ ଜମିଲାଣି। ବିଶେଷ କରି ଡିସେମ୍ବର ୨୫ରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଛକ, ରେଳଷ୍ଟେସନ୍‌, ସପି˚ ମଲ୍‌, ହୋଟେଲ୍‌ ଓ ପର୍ଯ୍ୟଟନସ୍ଥଳୀରେ ଭିଡ଼ ରହିବ। ତେଣୁ ସେହି ଦିନଗୁଡ଼ିକ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବ କମିସନରେଟ୍‌ ପୁଲିସ। ଏଥିପାଇଁ ସମସ୍ତ ସ୍ଥାନୀୟ ପୁଲିସ ଷ୍ଟେସନ୍‌ ନିଜ ନିଜ ଅଞ୍ଚଳର ତଦାରଖ କରିବା ସହ କମିସନରେଟ୍‌ ପୁଲିସ ପକ୍ଷରୁ ୧୫ ପ୍ଲାଟୁନରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ବିଭିନ୍ନ ଟ୍ରାଫିକ୍‌, ଛକ, ସପି˚ମଲ, ହୋଟେଲ୍‌ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଲାଗିଥିବା ସିସିଟିଭି ମଧ୍ୟ ସମସ୍ତଙ୍କ ଉପରେ ନଜର ରଖିବ। କୌଣସି ଅଘଟଣ ଘଟିଲେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବ ବୋଲି ପୁଲିସ କମିସନର‌୍‌ ଶ୍ରୀ ମହାନ୍ତି କହିଛନ୍ତି।

ସବୁଛକରେ ବ୍ଲକି˚

ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତ ଟ୍ରାଫିକ୍‌ ପୋଷ୍ଟ, ଛକ ଗୁଡ଼ିକରେ ପୁଲିସ କର୍ମଚାରୀ ଜଗି ରହିବେ। ସେହିପରି ପିସିଆର ଭ୍ୟାନ୍‌ ଓ ବାଇକ୍‌ ପାଟ୍ରୋଲି˚ ମଧ୍ୟ ଜାରି ରହିବ। ମଦ୍ୟପ ଚାଳକଙ୍କ ପାଇଁ ବ୍ରେଥ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ। ଯଦି କେହି ନିଶାସକ୍ତ ଚାଳକ ଜଣାପଡେ଼ ସେମାନେ ୫ ଶହ ଟଙ୍କା ଜରିମାନା ଗଣିବେ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ସେହିପରି ବେପରୁଆ ଗାଡ଼ିଚାଳକଙ୍କ ପାଇଁ ମଧ୍ୟ ଆଇନ୍‌କୁ କଡ଼ାକଡ଼ି କରାଯାଇଛି। ଯଦି କେହି ଗାଡ଼ିଚାଳକ ଦ୍ରୁତ ଗତିରେ ହେଉ ବା ବେପରୁଆ ଭାବେ ଗାଡ଼ି ଚଳାଉ ଥିବେ ସେମାନଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ପର୍ଯ୍ୟଟନସ୍ଥଳୀ,ହୋଟେଲ୍‌ ଓ ସପି˚ମଲ୍‌କୁ ଜଗିବେ ପୁଲିସ

ତେବେ ନୂଆବର୍ଷ ପୂର୍ବରୁ ରାଜଧାନୀରେ ଥିବା ବିଭିନ୍ନ ତାରକା ହୋଟେଲ୍‌ରେ ଉତ୍ସବ ପାଇଁ ପ୍ରସ୍ତୁତି ସରିଲାଣି। ସେହିପରି ଲିଙ୍ଗରାଜ ମନ୍ଦିର, ନନ୍ଦକାନନ, ଖଣ୍ତଗିରି ଉଦୟଗିରି, ସ˚ଗ୍ରହାଳୟରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଲାଣି। ଉତ୍ସବ ସମୟରେ ଯେମିତି କୌଣସି ଅଘଟଣ ନଘଟେ। ସମସ୍ତ ପ୍ରକାର ପରିସ୍ଥିତିର ସମ୍ମୁଖୀନ ପାଇଁ କମିସନରେଟନ ପୁଲିସ ପ୍ରସ୍ତୁତି ହେଉଛି। ତେଣୁ କମିସନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ତେଣୁ ୩୦ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯିବ।

ସମ୍ବନ୍ଧିତ ଖବର