କୁଆଖାଇ ପଠାରୁ କାଠଗଣ୍ଡି ଜବତ

ବାଲିଅନ୍ତା: ବଇଁଚୁଆ ପଞ୍ଚାୟତ ଅଧୀନ ଧବଳାହାର ସ୍ଥିତ କୁଆଖାଇ ନଦୀପଠାରେ ଆଜି ପୂର୍ବାହ୍ନରେ କିଛି ଯୁବକ ଗଛ କାଟୁଥିବା ସମୟରେ ପଥରକୋଟ ଓ ଭୁବନପୁର ଗ୍ରାମର କିଛି ଯୁବକଙ୍କ ନଜରରେ ଏହା ପଡ଼ିଥିଲା। ଏହି ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବିରୋଧ କରିଥିଲେ। ହେଲେ ଗଛ କାଟୁଥିବା ଯୁବକମାନେ ସେମାନଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ପରେ ଖବର ପାଇ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା, ବାଲିଅନ୍ତା ଆରଆଇ ଦୁଃଖୀଶ୍ୟାମ ସ୍ବାଇଁ ଓ ପୁଲିସ ପହଞ୍ଚିବା ବେଳକୁ ଯୁବକମାନେ ଖସି ପଳାଇଥିଲେ। ନଦୀପଠା ଏବଂ ରାସ୍ତାକଡ଼ରୁ ଗଛନକାଟିବାକୁ ଶ୍ରୀ ପଣ୍ଡା ସେଠାରେ ଲୋକଙ୍କୁ ସତର୍କ କରାଇବା ସହ ସଚେତନ କରାଇଥିଲେ। ନଦୀପଠାରୁ ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର