ଭୁବନେଶ୍ୱର: ପ୍ରକାଶନ ସଂସ୍ଥା ‘ଟାଇମ୍ପାସ୍’ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆରମ୍ଭ ହୋଇଛି କଳା ଓ ସାହିତ୍ୟର ତ୍ରିଦିବସୀୟ ଉତ୍ସବ ‘ଯୁବାୟନ’। ଏଥିରେ ବିଶିଷ୍ଟ ସିନେ ଅଭିନେତ୍ରୀ ତ୍ରିପୁରା ମିଶ୍ର ଓ ଗୀତିକାର ଦେବଦାସ ଛୋଟରାୟ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ୨୦୧୬ ମସିହା ପାଇଁ ବାଦଲ ମହାନ୍ତିଙ୍କୁ ଓ ୨୦୧୭ ମସିହା ପାଇଁ ଶକ୍ତି ମହାନ୍ତିଙ୍କୁ ‘ଟାଇମ୍ପାସ୍ ବୁକର ପୁରସ୍କାର’ ପ୍ରଦାନ କରାଯିବା ସହିତ ଲେଖକଦ୍ୱୟଙ୍କ ପୁରସ୍କୃତ ପାଣ୍ଡୁଲିପି ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏଥିସହ ଉପନ୍ୟାସରେ ପ୍ରଜ୍ଞାଶ୍ରୀ ରଥ, କବିତାରେ ଭାରତ ମାଝୀ ଓ ପ୍ରବନ୍ଧରେ ପରଂବ୍ରହ୍ମ ତ୍ରିପାଠୀଙ୍କୁ ‘ଟାଇମ୍ପାସ୍ ବେଷ୍ଟସେଲର ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁସ୍ତକପ୍ରେମୀ ଅଜୟ ଖୁଣ୍ଟିଆଙ୍କୁ ‘ଟାଇମ୍ପାସ୍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ଜ୍ଞାନୀ ଦେବାଶିଷ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ‘ଟାଇମ୍ପାସ୍ ସ୍ୱୟଂଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଆଗାମୀ ଦୁଇ ଦିନରେ କଳାର ସବୁ ବିଭାଗ ଯଥା ସାହିତ୍ୟ, ଚିତ୍ରକଳା, ସିନେମା, ନୃତ୍ୟ, ସଙ୍ଗୀତ, ନାଟକ, ଫଟୋଗ୍ରାଫି ଆଦିର ନୂଆ ନୂଆ ପରୀକ୍ଷାମୂଳକ ଉପସ୍ଥାପନା ଓ ଆଲୋଚନା ହେବ ବୋଲି ନିର୍ଦ୍ଦେଶକ ସରୋଜ ବଳ ସୂଚନା ଦେଇଛନ୍ତି। ନେତାଜୀ ଅଭିନନ୍ଦନ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଜ୍ଞା ପାରମିତା ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ କେନ୍ଦ୍ର ସାହତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯୁବ ଲେଖକ ସୁଜିତ କୁମାର ପଣ୍ଡାଙ୍କ ରଚିତ ‘ଏ ଗପର ନାଁ ନାହିଁ’ ଗଳ୍ପକୁ ଆଧାର କରି ରୋଜାଲିନ୍ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଏକ ନାଟକ ମଞ୍ଚସ୍ଥ ହୋଇଥିଲା।
୮ ପ୍ରତିଭାଙ୍କୁ ଟାଇମ୍ପାସ୍ ପୁରସ୍କାର
ଆରମ୍ଭ ହେଲା ଶବ୍ଦ ଓ ରଙ୍ଗର ଉତ୍ସବ ‘ଯୁବାୟନ’
/sambad/media/post_attachments/wp-content/uploads/2018/07/m4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)