ଭୁବନେଶ୍ବର: ପବିତ୍ର ମାଘ ପୂର୍ଣ୍ଣମୀରେ ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ମନ୍ଦିରରେ ସ୍କନ୍ଦପୁରାଣର ଓଡ଼ିଆ ପଦ୍ୟାନୁବାଦର ପାରାୟଣ ଏବଂ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଛି। ଏହି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ମହର୍ଷି ବ୍ୟାସଦେବ ରଚିତ ସଂସ୍କୃତ ସ୍କନ୍ଦପୁରାଣକୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି। ଏହି ନାମଯଜ୍ଞକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜି. ଏସ୍. ଆର୍ କୃଷ୍ଣମୂର୍ତ୍ତି ସସ୍ତ୍ରୀକ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ଗବେଷକ ଡା. ପ୍ରସନ୍ନ କୁମାର ପଣ୍ଡା ପାରାୟଣ ଆରମ୍ଭ କରିଥିଲେ ଏବଂ ନିର୍ଦେଶକ ଡା. ଜ୍ଞାନରଂଜନ ପଣ୍ଡା ସ୍କନ୍ଦପୁରାଣ ଗ୍ରନ୍ଥର ମାହାତ୍ମ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ହରେକୃଷ୍ଣ ମହାମନ୍ତ୍ରର ଅଖଣ୍ଡ ନାମ ସଂକୀର୍ତ୍ତନ ଚୌପହର ଅନୁଷ୍ଠିତ ହୋଇଥିଲା। ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ପାରମିତା ପଣ୍ଡା, ଭାରତ ଭୂଷଣ ରଥ, ପ୍ରଦୀପ ବାଗ, ଶ୍ୱେତପଦ୍ମା ଶତପଥୀ, ତପନ କୁମାର ଘଡ଼ାଇ, ସୁଧାଂଶୁ ଶେଖର ମହାପାତ୍ର, ଦୁର୍ଗା ଶରଣ ରଥ, ବିଶ୍ୱେଶ୍ୱରୀ ଦାଶ, ଦିଲ୍ଲୀପ କୁମାର ମିଶ୍ର, ଅନିତା କୁଜୁର, ସୁବାସିନୀ ଅଗସ୍ତି, ରଶ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଖଣ୍ଡ ନାମ ସଂକୀର୍ତ୍ତନରେ ସାଇରାମ ପାଢ଼ୀ, ଶ୍ରୀଧର ନାୟକ, ଅଖିଳେନ୍ଦ୍ର ଶାସନୀ, ଅଜିତ, ମଧୁପର୍ଣ୍ଣୀ, ବୈଭବୀ, ଶୁଚିସ୍ମିତା, ପ୍ରଭାତ କୁମାର ତ୍ରିପାଠୀ, ସୂର୍ଯ୍ୟକାନ୍ତ ବେହେରା ଏବଂ ଦେବକୀ ନନ୍ଦନ ପତି ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/5432sffhfshsfhfhssfh.jpg)