ତିରୁପତି ପାଣିଗ୍ରାହୀ ସମ୍ମାନିତ

ଭୁବନେଶ୍ବର: ନ୍ୟୁଜ୍-୧୮ ପକ୍ଷରୁ ହୋଟେଲ ମେ’ ଫେୟାରରେ ଆତ୍ମନିର୍ଭର ଓଡ଼ିଶା ଓ ବିଜିନେସ୍ ଲିଡରସିପ୍ ପୁରସ୍କାର-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କୁ ଆତ୍ମନିର୍ଭର ଓଡ଼ିଶା ଓ ବିଜିନେସ ଲିଡରସିପ୍ ପୁରସ୍କାର ପ୍ରଦାନ କରାଯାଇଛି।

ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାଣିଗ୍ରାହୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ଅବସରରେ ହାଇଟେକ୍ ଗ୍ରୁପ୍‌ର ପରିଚାଳନା ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ନିର୍ଦ୍ଦେଶକ ରୂପେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର