ଟାଇଟନ୍‌ ଇକୋ ଅଭିଯାନ

ଭୁବନେଶ୍ବର: ଟାଇଟନ୍‌ କମ୍ପାନି ଲିମିଟେଡ୍‌ ପକ୍ଷରୁ ଟାଟା ଗ୍ରୁପ୍‌ ସହଯୋଗରେ ‘ଟାଇଟାନ୍‌ ଇକୋ’ ଅଭିଯାନ ଆରମ୍ଭ ହୋଇଯାଇଛି। ଏହା ସହ ଯୋଡ଼ି ହୋଇଛନ୍ତି ଆନ୍ତର୍ଜାତିକ ସ୍କେଟର ରାଣା ଉପାଲପତି। ରାଣା ଆସନ୍ତା ୯୦ ଦିନ ପାଇଁ ନିଜ ସ୍କେଟିଂରେ ୬ ହଜାର କି.ମି ଭାରତର ସ୍ବର୍ଣ୍ଣ ଚତୁର୍ଭଜ ଯାତ୍ରାରେ ବାହାରିଛନ୍ତି। ବାଳିକା ଶିକ୍ଷା ପାଇଁ ପାଣ୍ଠି ସଂଗ୍ରହ ତାଙ୍କର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ରହିଥିବା ବେଳେ ସେ ବାଳିକା ସୁରକ୍ଷା ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ହୋସୁରର ପ୍ରଥମ ଘଣ୍ଟା କାରଖାନାରୁ ସେପ୍ଟେମ୍ବର ୫ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ବହୁ ସହର ପରିଭ୍ରମଣ କରିବା ପରେ ସେ ଏବେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଣା ୪ ହଜାର କିମି ଯାତ୍ରା ଶେଷ କରି ସାରିଥିବା ବେଳେ ୯ ହଜାରରୁ ଊର୍ଧ୍ବ ବାଳିକାଙ୍କ ଶିକ୍ଷା ପାଇଁ ପାଣ୍ଠି ମଧ୍ୟ ଯୋଗାଡ଼ କରିଛନ୍ତି। ଟାଇଟନ୍‌ କମ୍ପାନି ପରିଚାଳନା ନି‌ଦ୍ଦେର୍ଶକ ଭାସ୍କର ଭଟ୍ଟ ଓ କର୍ପୋରେଟ୍‌ ସସ୍ଟେନ୍‌ବିଲିଟି ମୁଖ୍ୟ ଏନ୍‌ ଇଂ ଶ୍ରୀଧର ଇକୋ ଅଭିଯାନ ବିଷୟରେ କହିଛନ୍ତି, ଏହି ଅଭିଯାନ ଦ୍ବାରା ବାଳିକା ଶିକ୍ଷା ନିମନ୍ତେ ସହାୟତା ପ୍ରଦାନ କରିବା ପାଇଁ ପାଣ୍ଠି ସଂଗ୍ରହ ଓ ସଚେତନତା ସୃଷ୍ଟିର ପ୍ରୟାସ କରାଯାଉଛି। ନିଜେ ବଢ଼ିବା ସହ ସମାଜ ସମୃଦ୍ଧ ହୋଇପାରିଲେ ଦେଶର ବିକାଶ ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର