ଭୁବନେଶ୍ୱର : ରାଜ୍ୟରେ ଥିବା ବରିଷ୍ଠ ନାଗରିକମାନଙ୍କର ମାସିକ ବାର୍ଦ୍ଧକ୍ୟ ଭତ୍ତା ୩ଶହ ଟଙ୍କାରୁ ୧ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବହୁବାର ଦାବି ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଆଗାମୀ ଅଗଷ୍ଟ ମାସରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ସଭାପତି ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାସଂଘର କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଉପସଭାପତି ଲକ୍ଷ୍ମୀଧର ବେହେରା, ଅକ୍ଷୟ ମିଶ୍ର, ଧରଣୀଧର ନାୟକ, ବିଷ୍ଣୁମୋହନ ଦାସ ସାମନ୍ତ, ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ବିଜୟ କୁମାର ନନ୍ଦ, ପଦ୍ମଚରଣ ମହାନ୍ତି, ସୀତାକାନ୍ତ ପତ୍ରୀ, ସୁରେନ୍ଦ୍ର କୁମାର ମିଶ୍ର, ଶିବ ପ୍ରସାଦ ମିଶ୍ର, ବିଜୟ କୁମାର ମହାନ୍ତି, ସୁଧାଂଶୁ ଶେଖର ପ୍ରଧାନ, ଗୋଲକ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସାଧାରଣ ସଂପାଦକ ଯୁଗଳ କିଶୋର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅକ୍ଷୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିମଳ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମଦନ ଭୂଆଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବାର୍ଧକ୍ୟ ଭତ୍ତା ବୃଦ୍ଧି ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ
/sambad/media/post_attachments/wp-content/uploads/2018/07/pen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)