ଭୁବନେଶ୍ବର: ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ମୁଖ୍ୟଙ୍କ କାର୍ଯ୍ୟାଳୟରେ ଆଜି ଏହି ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ଅଗ୍ନିକାଣ୍ଡ ଘଟିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଏକ ଟିମ୍ ପହଞ୍ଚିବା ସହିତ ନିଆଁକୁ ଆୟତ୍ତ କରିଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ଥିବା ଆସବାବପତ୍ର ଓ କାଗଜ ପତ୍ର ପୋଡି ଯାଇଛି । ବିଭାଗୀୟ ମୁଖ୍ୟ ଡାକ୍ତର ସୁବାସ ଚନ୍ଦ୍ର ଦାସଙ୍କ ସୂଚନା ଅନୁଯାୟୀ, ଅନଲାଇନ କ୍ଲାସ ଚାଲିଥିବା ବେଳେ ଏସିରୁ ସର୍ଟସର୍କିଟ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ସର୍ଟସର୍କିଟରୁ ବାହାରିଥିବା ନିଆଁ ଆସବାବପତ୍ର, କମ୍ପ୍ୟୁଟର ଓ ଲାପଟପ ଆଦିରେ ଲାଗି ଜଳିଯାଇଥିଲା । ନିଆଁ ଲାଗିବା ହେତୁ ବିଭିନ୍ନ ବିଭାଗୀୟ ଫାଇଲ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକ ସୁରକ୍ଷିତ ରହିଛି ବୋଲି ବିଭାଗୀୟ ମୁଖ୍ୟ ସୂଚନା ଦେଇଛନ୍ତି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/11-4-750x430-1.jpg)