ବାଲିଅନ୍ତା/ବାଲିଅନ୍ତା ବଜାର: ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍) ଆନୁକୂଲ୍ୟରେ ସ୍ଥାନୀୟ କଞ୍ଚିଲୋସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ତମାଖୁ ସେବନ ନିୟନ୍ତ୍ରଣ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଅତ୍ୟଧିକ ତମାଖୁ ସେବନର କୁପ୍ରଭାବ ଉପରେ ଲୋକମାନଙ୍କୁ ସଚେତନ କରଯାଇଥିଲା। ତମାଖୁ ସେବନ କରିବା ଦ୍ବାରା ପ୍ରତିବର୍ଷ ରାଜ୍ୟରେ ୮ ନିୟୁତ ଲୋକ ମୃତ୍ୟୁବରଣ କରୁଥିବା ସଂପର୍କରେ ମଧ୍ୟ କର୍ମଶାଳାରେ ତଥ୍ୟ ପ୍ରଦାନ କରଯାଇଥିଲା।
ତମାଖୁ ନିରାକରଣ ନେଇ ନ୍ୟାୟିକ ବ୍ୟବସ୍ଥାରେ ଥିବା ଆଇନର ବିଭିନ୍ନ ଦିଗ ଉପରେ ପ୍ରାଥମିକ ସୂଚନା ପ୍ରଦାନ କରାଯାଇଥିଲା। ସବୁ ବର୍ଗ ବିଶେଷ କରି ଯୁବବର୍ଗ ସିଗାରେଟ ତଥା ଅନ୍ୟାନ୍ୟ ତମାଖୁ ସାମଗ୍ରୀ ବ୍ୟବହାର ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା। କର୍ମଶାଳାରେ ୨୩ଜଣ ଯୁବ ପ୍ରତିନିଧି ଭାଗ ନେଇଥିଲେ। ପିକକ୍ର ଯୁବ ସଂଯୋଜିକା ଆଲିସ, ପ୍ରକଳ୍ପ ସଂଯୋଜକ ସତ୍ୟଶିବ ତାଲିମ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାହାଳ ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ଯୋଗ ଦେଇ ଆଇନଗତ ଦିଗ ଉପରେ ସୂଚନା ଦେଇଥିଲେ। ଉପମା ମହାନ୍ତି, ଜ୍ୟୋତିଶଙ୍କର ମହାନ୍ତି ଓ ଅଳ୍ପନା ଦାସ ପ୍ରମୁଖ ସଚେତନ କରାଇଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ଯୁବକ ଯୁବତୀମାନଙ୍କୁ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା।