ଆଜି ଟିକା ନେଲେ ୨୦୫୯ଜଣ

ଭୁବନେଶ୍ବର: କରୋନା ଟିକାକରଣ ଅଭିଯାନରେ ଆଜି ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ସାମିଲ୍‌ ହୋଇଛନ୍ତି। ଆଜି ରାଜଧାନୀରେ ୨୦୫୯ ଜଣ ଟିକା ନେଇଥିବା ବେଳେ ଏଥିରୁ ଆଗଧାଡ଼ିର କର୍ମଚାରୀ ଭାବେ ୧୬୮୪ଜଣ, ୩୭୫ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଆଜି ବିଏମ୍‌ସିର ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଡେପୁଟି କମିସନର୍‌ (ପରିମଳ) ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର୍‌ ଶ୍ୟାମସୁନ୍ଦର ସେଠୀ ପ୍ରମୁଖ ଟିକା ନେଇଥିଲେ।

ସମ୍ବନ୍ଧିତ ଖବର