ଆଜି ବାହୁଡ଼ିବେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ରଥର ସିଂହାସନ ମୋଡ଼ ଓଲଟା କରାଯାଇଛି। ଆସନ୍ତାକାଲି ଭୋର୍‌ରୁ ଚାରମାଳ ବନ୍ଧା ହେବ। ଆଜି ରାମେଶ୍ୱର ମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାମେଶ୍ୱର ପୀଠରେ ଅଷ୍ଟପ୍ରହରୀ ନାମ ସଂକୀର୍ତନ ଚାଲିଛି। ଆସନ୍ତାକାଲି ଭୋର୍‌ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ସାଢ଼େ ୫ଟାରେ ରୋଷ ହୋମ କରାଯିବ। ଏହା ପରେ ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହେବ। ସାଢ଼େ ୧୧ଟାରେ ଅଧରପଣା ଲାଗି ହେବ। ସେହିପରି ମଧ୍ୟାହ୍ନ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ପହଣ୍ଡି କରାଯିବ। ଅପରାହ୍‌ଣ ସାଢ଼େ ୩ଟାରୁ ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର