ଆଜି ଭୁବନେଶ୍ବର କ୍ଲବ ନିର୍ବାଚନ

ଅସିତ ତ୍ରିପାଠୀ ବନାମ ସତ୍ୟପ୍ରକାଶ ନନ୍ଦ

ଭୁବନେଶ୍ବର: ଶନିବାର ଦିନ ଭୁବନେଶ୍ବର କ୍ଲବ୍‌ର ନିର୍ବାଚନ ଅନୁଷ୍ଠିତ ହେବ। ଗତ ବର୍ଷ ପରି ଏଥର ମଧ୍ୟ ଏହି ସମ୍ଭ୍ରାନ୍ତ କ୍ଲବ୍‌ର ସଭାପତି ପଦବି ପାଇଁ ଦୁଇ ଜଣ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ଙ୍କ ମଧ୍ୟ‌ରେ ଲଢ଼େଇ ହେଉଛି। ବର୍ତ୍ତମାନର ସଭାପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଦ୍ବିତୀୟଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କୁ ମୁକାବିଲା କରୁଛନ୍ତି ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦ।

ଶ୍ରୀ ତ୍ରିପାଠୀଙ୍କ ଟିମ୍‌ରୁ ସମ୍ପାଦକ ଭାବେ ଆଇଏଏସ୍‌ ଅଫିସର୍‌ ଦିଲ୍ଲୀପ କୁମାର ରାଉତରାୟ, ଉପସଭାପତି ଭାବେ ବ୍ୟବସାୟୀ ମହେନ୍ଦ୍ର ଗୁପ୍ତା, ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ମିଶ୍ର ଓ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ଟି. କେ ଦାସ, ପି. ଜେ ପାଠକ, ପି. ନାଥ, ପି. ଭି ମୋହନ, ପି. କେ ମହାନ୍ତି ଓ ଦେବବ୍ରତ ବିଶ୍ବାଳ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଶ୍ରୀ ନନ୍ଦଙ୍କ ଟିମ୍‌ ପକ୍ଷରୁ ଉପସଭାପତି ଭାବେ ତାପସ ରାୟ, ସମ୍ପାଦକ ଭାବେ ମାନସ ରଞ୍ଜନ ଦାଶ, ଯୁଗ୍ମ ସମ୍ପାଦକ ଭାବେ ଜ୍ୟୋତିର୍ମୟ ମହାନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଅଚିନ୍ତ୍ୟ ବିକାଶ ମହାନ୍ତି, ଡି. ଶଙ୍କର ତ୍ରିପାଠୀ, ଜୟନ୍ତ କୁମାର ହୋତା, ରମେଶ ଚନ୍ଦ୍ର ଦାସ, ପ୍ରାର୍ଥସାରଥୀ ପାଣିଗ୍ରାହୀ ପ୍ରମୁଖ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଶନିବାର ଦିନ ମତଦାନ ହେବ ଓ ରବିବାର ଫଳାଫଳ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ ଗତବର୍ଷ ହୋଇଥିବା ନିର୍ବାଚନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ଖଣ୍ଡ ଭୋଟ୍‌ରେ ପରାସ୍ତ କରି ଅସିତ ତ୍ରିପାଠୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସମ୍ପାଦକ ଭାବେ ଆଇଏଏସ୍‌ ଅଫିସର୍‌ ବିଶାଲ ଦେବ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର