ଭୁବନେଶ୍ୱର: କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ ନ ମିଳିବା ପ୍ରତିବାଦରେ କଂଗ୍ରେସ ଓ ବିଜେପି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ଆଇନଶୃଙ୍ଖଳା ରକ୍ଷା ଲାଗି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ରାଜଧାନୀରେ ପାଖପାଖି ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବ ବୋଲି ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ସୂଚନା ଦେଇଛନ୍ତି। ବୁଧବାର ହେବାକୁ ଥିବା ଏହି ହରତାଳ ଓ ବନ୍ଦକୁ ଆଖିରେ ରଖି ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ରେଳ ଷ୍ଟେସନ, ମାଷ୍ଟରକ୍ୟାଣ୍ଟିନ, ଲୋୟର ପିଏମଜି, ବରମୁଣ୍ଡା ବସଷ୍ଟାଣ୍ଡ, ରାମ ମନ୍ଦିର, ବାଣୀବିହାର, ରାଜଭବନ, ସଚିବାଳୟ, ବିଧାନସଭା ଆଦି ସମ୍ମୁଖରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବେ। କମିସନରେଟ୍ ପୁଲିସର କ୍ୟୁଏଟି, ସ୍ପେସାଲ ସ୍କ୍ଵାଡ୍ ସାଙ୍ଗକୁ ପୁଲିସ ଫୋର୍ସ ରାଜଧାନୀରେ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିବେ। ଏହାଛଡ଼ା ପୁଲିସ ପିସିଆର ଭ୍ୟାନ୍ ମଧ୍ୟ ବିଭିନ୍ନ ଅଞ୍ଚଳରେ ପଇଁତରା ମାରିବ। ଡିସିପିଙ୍କ ତତ୍ତ୍ୱବଧାନରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ବନ୍ଦ ବେଳେ ଯେମିତି ସାଧାରଣ ଲୋକଙ୍କ ଧନ ସମ୍ପତ୍ତି ନଷ୍ଟ ନ ହୁଏ ସେଥିପାଇଁ କମିସନରେଟ ପୁଲିସକୁ ସତର୍କ ରହିବା ପାଇଁ କମିସନର ଶ୍ରୀ ଖୁରାନିଆ କହିଛନ୍ତି।
ଆଜି ଓଡ଼ିଶା ବନ୍ଦ: ରାଜଧାନୀକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ
/sambad/media/post_attachments/wp-content/uploads/2018/01/police-generic_650x400_81497845700.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)