ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ଆଜି ଅପରାହ୍ଣରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି। ଶ୍ରୀଲିଙ୍ଗରାଜ ମହାପ୍ରଭୁ ଓ ଅନ୍ୟ ଶିବ ମନ୍ଦିରରେ ଜଳ ଲାଗି କରିବାକୁ ଏକାମ୍ର କ୍ଷେତ୍ରକୁ ତୀର୍ଥଜଳ ଆଣି କାଉଡ଼ିଆାମାନେ ଆସି ପହଞ୍ଚିଛନ୍ତି। ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କେଦାର ଗୌରୀ ମନ୍ଦିର ନିକଟ, ଭଜନ ମଣ୍ଡପ, ବିନ୍ଦୁସାଗର କୂଳ ଓ ସିଂହଦ୍ୱାର ନିକଟରେ ଅପେକ୍ଷା କରିଛନ୍ତି। ଭୋରରୁ ମନ୍ଦିରରେ ଶହଶହ ସଂଖ୍ୟାରେ କାଉଡ଼ିଆମାନେ ଜଳ ଲାଗି କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଆଜି ରାତିରେ ମନ୍ଦିରର ବାଇଶି ପାହାଚଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍ ବନ୍ଧା ଯାଇଛି। ସେହିପରି ବିଳମ୍ୱିତ ରାତିରେ ଗର୍ଭଗୃହକୁ ଆଡ଼କାଠରୁ ପିତଳର ଏକ ନଳ ବନ୍ଧା ଯିବ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ ଆସି ଅନୁଧ୍ୟାନ କରିଛନ୍ତି। କାଉଡ଼ିଆଙ୍କ ଜଳ ଲାଗି ପରେ ମନ୍ଦିର ପରିସର ଯେପରି ସଙ୍ଗେ ସଙ୍ଗେ ସଫେଇ ହେବ ସେଥିପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଭୋର ସାଢ଼େ ୩ଟାରେ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇ ୪ଟାରେ ସାହାଣମେଲା ଦର୍ଶନ ଓ ଜଳ ଲାଗି ଆରମ୍ଭ ହେବ। ଶ୍ରଦ୍ଧାଳୁମାନେ ଧାଡ଼ିବାନ୍ଧି ମନ୍ଦିରକୁ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ପୁରୁଣା ଭୁବନେଶ୍ବରରେ ଆଜି ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ଦେଖାଦେଇଛି। ଅନ୍ୟପଟେ ମନ୍ଦିର ନିକଟରେ ଭିଡ଼କୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଆଜି ରାତି ୮ଟାରୁ ୨ଜଣ ଅତିରିକ୍ତ ଡିସିପି, ୬ଜଣ ଏସିପି, ୧୦ ଇନସ୍ପେକ୍ଟର, ୫୨ଜଣ ଏସ୍ଆଇ ଏବଂ ଏଏସ୍ଆଇ ସମେତ ୧୨ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୨୫ଜଣ ମହିଳା ପୁଲିସ ରହିଥିବା ବେଳେ ୬୪ଜଣ ହୋମଗାର୍ଡ ଅଛନ୍ତି ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି।
ଆଜି ଶ୍ରାବଣ ପ୍ରଥମ ସୋମବାର, ଏକାମ୍ର କ୍ଷେତ୍ରରେ କାଉଡ଼ିଆଙ୍କ ଭିଡ଼
୧୨ପ୍ଲାଟୁନ୍ ପୁଲିସ ମୁତୟନ
/sambad/media/post_attachments/wp-content/uploads/2019/06/Lingaraj_temple_Bhubaneswar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)