ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ପ୍ରିମିୟରରେ ପ୍ରଥମଥର ପାଇଁ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିବାକୁ ଯାଉଛି। ଅର୍ଥାତ ଯେଉଁମାନେ ଚନ୍ଦା ହୋଇଥିବେ ସେମାନେ ଆସନ୍ତାକାଲି ମୁକ୍ତିଲାଭ କରିବାକୁ ଯାଉଥିବା ‘ବାଳ: ଦି ରିଦିମ୍ ଅଫ୍ ଲାଇଫ୍’ର ପ୍ରିମିୟର ସୋ’ ମାଗଣାରେ ଦେଖିପାରିବେ। ତେବେ କେବଳ କଟକର ଜୟଶ୍ରୀ ଟକିଜ୍ରେ ଏହି ସୁବିଧା ଉପଲବ୍ଧ ହେବ। ତରଙ୍ଗ ସିନେ ପ୍ରଡକ୍ସନସ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଚନ୍ଦା ଲୋକଙ୍କ ଦୁଃଖ, ସମସ୍ୟା ଓ ଦାବିକୁ ଉପସ୍ଥାପିତ କରିଥିବା ବେଳେ ଏପରି ଏକ ନିଆରା ପ୍ରିମିୟର ଆୟୋଜନ କରିବାକୁ ଯାଉଛି।
ଚଳଚ୍ଚିତ୍ର ନିଆରା ଅନୁଭବ ଦେବା ସହ ହାସ୍ୟ ରସାତ୍ମକ ଅନୁଭବ ଓ କରୁଣ ରସରେ ବାନ୍ଧି ରଖିବ ବୋଲି ନିର୍ଦେଶକ ଅମରେଶ ପତି କହିଛନ୍ତି। ନୂଆ ମୁହଁ ଭାବେ ସମୀର ଶତପଥୀ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ନାୟିକା ସାଜିଛନ୍ତି ଦିବ୍ୟା ମହାନ୍ତି। ଏହା ବ୍ୟତୀତ ଅପରାଜିତା ମହାନ୍ତି, ଅନନ୍ୟା ମିଶ୍ର, ସଲିଲ ମିତ୍ର, ଜୟପ୍ରକାଶ, ଅନନ୍ତ ମିଶ୍ର ଓ ଐଶ୍ବର୍ଯ୍ୟା ଅଭିନୟ କରିଛନ୍ତି। ମୃତ୍ୟୁ ପରେ ସଲିଲ୍ ମିତ୍ରଙ୍କୁ ଏ ଚଳଚ୍ଚିତ୍ରରେ ଦେଖିବାର ସୁଯୋଗ ମିଳିବ। ସମଗ୍ର ରାଜ୍ୟରେ ୧୪ଟି ସିନେମା ହଲ୍ ସମେତ ଭୁବନେଶ୍ବରର ଶ୍ରୀୟାରେ ଏହା ମୁକ୍ତିଲାଭ କରିବ। ଆଲୋଚ୍ୟ ବିଷୟ ଏହି ଯେ, ଚନ୍ଦା ବ୍ୟକ୍ତିଙ୍କ କାହାଣୀକୁ ନେଇ କିଛିଦିନ ପରେ ଆୟୁଷ୍ମାନ ଖୁରାନାଙ୍କ ‘ବାଲା’ ଏବଂ ଆସନ୍ତାକାଲି ସନି ସିଂହଙ୍କ ‘ଉଜ୍ଡା ଚମନ୍’ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ‘ବାଳ’ ମୁକ୍ତିଲାଭ କରୁଥିବାରୁ ଏହା ଦେଖିବା ପାଇଁ ଅନେକ ଉତ୍ସାହର ସହ ଚାହିଁ ରହିଛନ୍ତି।
/sambad/media/post_attachments/wp-content/uploads/2019/11/6hf5fsdhfsdh4fs8h4s564sfhsfhsf-1.jpg)
ଏଥିସହ ଆସନ୍ତାକାଲି ମୁକ୍ତିଲଭା କରୁଛି ରିସ୍ତା ୱେଭ୍ସ ଏଣ୍ଟରଟେନ୍ମେଣ୍ଟ୍ ଟିମ୍ ପ୍ରଯୋଜିତ ହେମନ୍ତ ସାହୁଙ୍କ ଓଡ଼ିଆ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’। ଏଥିରେ ଅମ୍ଳାନ ଦାସ, ଜ୍ୟୋତି ଓ ଶ୍ରଦ୍ଧା ମହାପାତ୍ର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ‘ଆପଣମାନେ ଖୁସି ତ’କୁ ନେଇ ପ୍ରସ୍ତୁତ ଗୀତଟି ଏବେଠୁ ଚର୍ଚ୍ଚାରେ ରହିଛି। ଚନ୍ଦାଙ୍କ ଉପରେ ଆଧାରିତ ଅଭିଷେକ ପାଠକଙ୍କ ନିର୍ଦେଶିତ ‘ଉଜ୍ଡ଼ା ଚମନ୍’ ମଧ୍ୟ ମୁକ୍ତିଲାଭ କରିବ। ଜଣେ ୩୦ ବର୍ଷୀୟ ଚନ୍ଦା ଯୁବକ ନିଜ ପାଇଁ କନ୍ୟା ଖୋଜିବା ବେଳେ କିପରି ବିଭିନ୍ନ ସମସ୍ୟାକୁ ସାମ୍ନା କରୁଛି, ତାହାକୁ ଆଧାର କରି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। ଏଥିସହ ଟିମ୍ ମିଲର୍ଙ୍କ ନିର୍ଦେଶିତ ହଲିଉଡ୍ ଚଳଚ୍ଚିତ୍ର ‘ଟର୍ମିନେଟର: ଡାର୍କ ଫେତ୍’ ଆସନ୍ତାକାଲି ମୁକ୍ତିଲାଭ କରିବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Bala-Odia-Movie-Will-be-Release-Today_Thumbnail.jpg)