ଆଜି ଉଦ୍‌ଘାଟନ ହେବ କୃଷି ଭବନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତୀକରଣ ବିଭାଗ ସମେତ ଏହା ଅଧୀନ ସମସ୍ତ ବିଭାଗ ଗୋଟିଏ କୋଠାରେ କାର୍ଯ୍ୟ କରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରୁ ୧୨୦ବାଟାଲିଅନ୍‌ ଛକ ମଧ୍ୟରେ କୃଷି ଭବନ ନିର୍ମାଣ ହୋଇଛି। ସମ୍ବଲପୁରୀ ଇକ୍କତ ଡିଜାଇନ୍‌ରେ ନିର୍ମାଣ ହୋଇଥିବା ଏହି କୋଠାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବା ପାଇଁ ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କୁ ନିମନ୍ତ୍ରଣ କରାଯାଇଛି।

ସୂଚନାଯୋଗ୍ୟ ଯେ ଏହି କୋଠାର ସମ୍ମୁଖ ଭାଗକୁ ସମ୍ବଲପୁରୀ ଶାଢ଼ି ଭଳି ସଜା ଯାଇଥିବା ବେଳେ ଅଟ୍ଟାଳିକା ମଧ୍ୟ ଭାଗରେ ଚାଷୀମାନଙ୍କର ବିଭିନ୍ନ କାର୍ଯ୍ୟକଳାପ ଓ ଚାଷ ସମ୍ପର୍କିତ ଜୀବନୀକୁ ବିଲ୍‌ଡିଂ କାନ୍ଥରେ ଖୋଦିତ କରାଯାଇଛି। ମାଙ୍କଡ଼ା ପଥରରେ ବିଲ୍‌ଡିଂ କାମ ହୋଇଥିବା ବେଳେ କାରୁକାର୍ଯ୍ୟ ପୂର୍ଣ୍ଣ କାମ ଖୋଣ୍ଡାଲାଇଟ୍‌ ପଥରରେ କରାଯାଇଛି। ନୟାଗଡ଼, ବାଳକାଟି ସମେତ ଅନ୍ୟ ଅଞ୍ଚଳରୁ ଆସିଥିବା କାରିଗରମାନେ ଏହି ବିଲ୍‌ଡିଂର କାରିଗରୀ କାମ କରିଥିବା ବେଳେ ଛତିଶଗଡ଼ର କାରିଗର ଲୁହା କାରିଗରୀ କାମ କରିଛନ୍ତି।

ସମ୍ବନ୍ଧିତ ଖବର