୬ ଦିନରେ ନୃତ୍ୟ ପରିବେଷଣ କରିବେ ୫୦୦ରୁ ଊର୍ଧ୍ୱ କଳାକାର

ଆଜିଠାରୁ ଲିଙ୍ଗରାଜ ମହୋତ୍ସବ

ପୁରୁଣା ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା  ଉପଲକ୍ଷେ  ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଛଅ ଦିନିଆ ଲିଙ୍ଗରାଜ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ୫ଶହରୁ ଉର୍ଧ କଳାକାର ନୃତ୍ୟ ପରିବେଷଣ କରିବେ। ଆଜି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଏ ସଂପର୍କରେ ସୂଚନା ଦେଇଥିଲେ।

ଲିଙ୍ଗରାଜ ଳାଇବ୍ରେରୀ ହଲଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତାମାନେ କହିଥିଲେ ଯେ, ଚଳିତ ବର୍ଷ ପଡ଼ୋଶୀ ରାଜ୍ୟମାନଙ୍କର ବହୁ କଳାକାର ଲିଙ୍ଗରାଜ ମହୋତ୍ସବରେ ନୃତ୍ୟ ପରିବେଷଣ କରିବେ।  ସେମାନଙ୍କ ମଧ୍ୟରେ ରହିଛନ୍ତି କୋଲକାତାର କାଶ୍ମୀରା ସାମନ୍ତ, ପୁଷ୍ପିତା ମୁଖାର୍ଜୀ, ରିତାମ୍ବର ପ୍ରମୁଖ। ଏହାଛଡ଼ା ବିକାଶ ନାଟ୍ୟ ମଣ୍ଡଳ ପକ୍ଷରୁ କ୍ରିଏଟିଭ୍‌ ନୃତ୍ୟ ପରିବେଷଣ କରାଯିବ। ସେହିପରି ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ନିରଞ୍ଜନ ରାଉତ, ଗୁରୁ ଜ୍ୟୋତି ରାଉତ, ଗୁରୁ ନୀଳାମ୍ବର ପ୍ରଧାନଙ୍କ ଦଳ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଇଣ୍ଡିଆନ୍‌ ଚାମ୍ବର ଆର୍ଟସ ଏଣ୍ଡ୍‌ କର୍ମସ୍‌, ଶିଳ୍ପୀକା, ବାଇଧର ବେହେରାଙ୍କ ଘୋଡ଼ା ନାଚ, ପୁରୁଲିଆ ଛଉ, ସମ୍ବଲପୁରୀ, ଦୁଲଦୁଲି ଢ଼ୋଲ ମହୁରୀ, କଟକ କଳା ବିକାଶ କେନ୍ଦ୍ର, ଭୁବନେଶ୍ୱରର ଦେବଦାସୀ, ରଙ୍ଗମ, ଉଡ୍ରୋ, ନୃତ୍ୟ ସାଧନା ପକ୍ଷରୁ ନୃତ୍ୟ ପରିବେଷଣର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର