ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ। ଠାକୁର ଶ୍ବଶୁର ଘର କେଦାରେଶ୍ୱର ମନ୍ଦିରକୁ ଯିବେ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ଆଜି ମଙ୍ଗନ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବିବାହରେ ଯୋଗ ଦେବା ପାଇଁ ସନ୍ଧ୍ୟା ଧୂପ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଛି। ସେବାୟତମାନେ ଫୁଲ, ଚନ୍ଦନ, ବେଲପତ୍ର, ଠାକୁରଙ୍କ ମହାପ୍ରସାଦକୁ ସମର୍ପଣ କରି ନିମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ବିଭିନ୍ନ ପାରମ୍ପରିକ ବାଦ୍ୟ, ବାଜା ରୋଶଣି କରି ବରଯାତ୍ରୀ କେଦାରଗୌରୀ ମନ୍ଦିରକୁ ଯିବେ। ବିଧି ମୁତାବକ ରାତି ୧୧ଟା ସୁଦ୍ଧା ବରଯାତ୍ରୀ ମନ୍ଦିରରୁ ବାହାରି ବଢ଼େଇବାଙ୍କ ଛକ, ତିନି ମୁଣ୍ଡିଆ ଛକ, ଏକାମ୍ର ବନ ନିକଟ ଦେଇ ଯାତ୍ରା କରିବେ। ରାତି ୧୨ଟାରୁ ସାଢ଼େ ୩ଟା ମଧ୍ୟରେ ଦେବଦେବୀଙ୍କ ହାତଗଣ୍ଠି ପଡ଼ିବ। ଅପରପକ୍ଷେ କେଦାରଗୌରୀ ମନ୍ଦିରରେ ଆଜି ଅଷ୍ଟପ୍ରହର ନାମଯଜ୍ଞ ହେବା ସହ ପୂଜା କାର୍ଯ୍ୟ ଆରମ୍ଭ ପାଇଁ କଳସ ସ୍ଥାପନା କରାଯାଇଛି। ଏହି ଅବସରରେ ଶୀତଳଷଷ୍ଠୀ ସାଂସ୍କୃତିକ ପରିଷଦ ପକ୍ଷରୁ ମନ୍ଦିର ସମ୍ମୁଖରେ ସମ୍ୱଲପୁରୀ ଭଜନ ଅନୁଷ୍ଠିତ ହୋଇଥିଲା।
ଆଜି ଶିବ ବିବାହ, ନିମନ୍ତ୍ରିତ ହେଲେ ଅଷ୍ଟଚଣ୍ଡୀ
/sambad/media/post_attachments/wp-content/uploads/2019/06/download-2-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)