ଆଜିଠୁ ଖୋଲିବ ବିଏମ୍‌ସି ପ୍ଲାନିଂ ବିଭାଗ, ପ୍ଲାନିଂ ଅଧିକାରୀଙ୍କ ନମୁନା ନେଗେଟିଭ୍‌

ଭୁବନେଶ୍ବର: ବିଏମ୍‌ସି ପ୍ଲାନିଂ ବିଭାଗର ଜଣେ ଅଧିକାରୀ ନିମ୍ନ ରକ୍ତଚାପ ଯୋଗୁଁ ଅସୁସ୍ଥ ହେବା ପରେ ହସ୍ପିଟାଲରେ କରୋନା ପରୀକ୍ଷା କରିଥିଲେ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଉକ୍ତ ଅଧିକାରୀଙ୍କର ରିପୋର୍ଟ ଆସିବା ପୂର୍ବରୁ ତାଙ୍କୁ କରୋନା ହୋଇଥିବା ଭାବି ପ୍ଲାନିଂ ବିଭାଗକୁ ସିଲ୍‌ କରିଦେଲେ। ହେଲେ ଆଜି ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଶୁକ୍ରବାର ଠାରୁ ପ୍ଲାନିଂ ବିଭାଗକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଅଧିକାରୀ ଜଣଙ୍କୁ କରୋନା ହୋଇଥିବା ଭୟରେ ବିଏମ୍‌ସି କର୍ତ୍ତୃପକ୍ଷ ସୋମବାର ଠାରୁ ଆଜି ପର୍ଯ୍ୟନ୍ତ ପ୍ଲାନିଂ ବିଭାଗକୁ ସିଲ୍‌ କରିଦେଇଥିଲେ। ଏହାପରେ ବିଶୋଧନ କରିଥିଲେ। ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅଫିସ ନଆସିବାକୁ କୁହାଯାଇଥିଲା। ଅପରପକ୍ଷେ ଯେପରି ଛାନିଆ ହୋଇ ପ୍ଲାନିଂ ବିଭାଗକୁ ସିଲ୍‌ କରାଗଲା ତାହାକୁ ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ସବୁଆଡ଼ୁ ନିନ୍ଦା କରାଯାଉଛି। ଜଣେ ଅଧିକାରୀଙ୍କର ରିପୋର୍ଟ ଆସିବା ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷ ଯେପରି ପିଲାଳିଆମି ଦେଖାଇଲେ ତାହା ଶୋଭନୀୟ ନୁହେଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର