ଆଜି ଖୋଲିବ ବମିଖାଲ ଫ୍ଲାଏ ଓଭର, ସଂଧ୍ୟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀବାସୀଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବୁଧବାର ସଂଧ୍ୟାରେ ବମିଖାଲ ଫ୍ଲାଏ ଓଭରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଆଜି ବ୍ରିଜ୍‌ ଉପରେ ‌ରଙ୍ଗୋଲି ହୋଇଥିବା ବେଳେ ସମସ୍ତ କାର୍ଯ୍ୟକୁ ଶେଷ ସ୍ପର୍ଶ ଦିଆଯାଇଛି। ପ୍ରାୟ ୪୪ ‌େକାଟି ବ୍ୟୟରେ ଦୀର୍ଘ ୭ବର୍ଷ ହେଲା ନିର୍ମାଣ ହୋଇଥିବା ଏହି ଫ୍ଲାଏ ଓଭର କାର୍ଯ୍ୟକ୍ଷମ‌େ ହଲେ ସହିଦ ନଗର ଲେଭେଲ୍‌ କ୍ରସିଂ ଉଚ୍ଛେଦ ହେବ। ଏହି ଫ୍ଲାଏ ଓଭର ଦେଇ ବମିଖାଲରୁ ସହିଦନଗର ଏବଂ ସହିଦନଗରରୁ ରସୁଲଗଡ଼କୁ ଆସି ହେବ। ଏହି ଫ୍ଲାଏ ଓଭର ୱାନ୍‌ ୱେ ହୋଇଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଏନେଇ କିଛି ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର