ଭୁବନେଶ୍ୱର, ୧୫/୧୧(ଇମିସ): ବୁଧବାର ଘରେ ଘରେ ପାଳିତ ହେବ ପ୍ରଥମାଷ୍ଟମୀ। ଘରର ସବା ବଡ଼ ପୁଅ କିମ୍ବା ଝିଅ ନୂଆ ପୋଷାକ ପିନ୍ଧିବେ। ବିଧି ଅନୁସାରେ ଘରେ ଘରେ ମହକିବ ହଳଦୀପତ୍ର ଏଣ୍ଡୁରି ପିଠା। ତେଣୁ ପ୍ରଥମାଷ୍ଟମୀର ଅବ୍ୟବହିତ ପୂର୍ବରୁ ଆଜି ରାଜଧାନୀ ବଜାର ଥିଲା ବେଶ୍ ଗହଳଚହଳ। ସହରର ବହୁ ସ୍ଥାନରେ ରାଜପଥ କଡ଼ରେ ମେଲିଥିଲା ହଳଦୀପତ୍ର ପସରା। ବିଡ଼ାକୁ ପଡ଼ୁଥିଲା ୧୫ ଟଙ୍କା କିମ୍ବା ଟିକିଏ ବଡ଼ ବିଡ଼ାକୁ ୨୦ ଟଙ୍କା। ଗତ ଦୁଇ ଦିନ ହେଲା କନ୍ଧମାଳ ଓ ଗଞ୍ଜାମରୁ ପ୍ରଚୁର ହଳଦୀପତ୍ର ରାଜଧାନୀକୁ ଆସିଥିଲା। ସେହିଭଳି ପୋଷାକ ବଜାର ଗହଳି ବି କିଛି କମ୍ ନଥିଲା। ଦିନତମାମ ରାଜଧାନୀର ସବୁ ମଲ୍ ଓ ମାର୍କେଟ୍ରେ ପୋଷାକ ଦୋକାନରେ ଭିଡ଼ ଜମିଥିଲା।
ସାଧାରଣତଃ ଭବିଷ୍ୟତରେ ପରିବାରର ମଙ୍ଗ ସମ୍ଭାଳିଥା’ନ୍ତି ପ୍ରଥମ ବା ପୋରୁହାଁ ସନ୍ତାନ। ତେଣୁ ବର୍ଷର ଏହି ଦିନଟି ବଡ଼ ସନ୍ତାନଙ୍କ ପାଇଁ ସମର୍ପିତ ହୋଇଆସୁଛି। ବଡ଼ କଥା ହେଉଛି ପୋରୁହାଁ ପିଲାମାନଙ୍କୁ ଏହି ପର୍ବ ପାଇଁ ମାମୁଘରୁ ନୂଆ ପୋଷାକ ମିଳିଥାଏ। ମାମୁଘରେ ଭଣଜା ପୁଅଠୁ ବି ଅଧିକ ବୋଲି ବିବେଚନା କରାଯାଉଥିବାରୁ ମାମୁଘରୁ ନୂଆ ପୋଷାକ ମିଳିବା ପ୍ରଥା ଚଳିଆସୁଛି। ଏହି ଅବସରରେ ବଡ଼ସନ୍ତାନମାନଙ୍କୁ ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯାଇଥାଏ। ହଳଦୀପତ୍ର ପିଠା ଓ ଖିରି ଷଠୀଦେବୀଙ୍କୁ ଲାଗି କରାଯାଏ। ତେଣୁ ଆଜି ରାତିରୁ ଘରେ ଘରେ ବିରି ବଟାରୁ ଆରମ୍ଭ କରି ନଡ଼ିଆ, ମୁଗ, ବିରି, ଗୁଡ଼ ମିଶ୍ରିତ ପୁର ପ୍ରସ୍ତୁତି ଚାଲିଛି।
ଆଜି ପୋରୁହାଁ ଅଷ୍ଟମୀ, ମହକିବ ହଳଦୀପତ୍ର ଏଣ୍ଡୁରି
/sambad/media/post_attachments/wp-content/uploads/2022/11/36-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)