‘ସମ୍ବାଦ’ ପକ୍ଷରୁ ‘ସ୍ମାର୍ଟ ଚାଇଲ୍‌ଡ ଅଫ୍‌ ସ୍ମାର୍ଟ ସିଟି’ ପ୍ରତିଯୋଗିତା ଆଜି

ଭୁବନେଶ୍ବର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ସହଯୋଗରେ ‘ସମ୍ବାଦ’ ପକ୍ଷରୁ ଅନ୍ତଃବିଦ୍ୟାଳୟ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ‘ସ୍ମାର୍ଟ ଚାଇଲ୍‌ଡ ଅଫ୍‌ ସ୍ମାର୍ଟ ସିଟି’ ଆସନ୍ତାକାଲି (ଶୁକ୍ରବାର) ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ।

ଆଗୁଆ ପଞ୍ଜୀକରଣ କରାଇଥିବା ୧୩ରୁ ଊର୍ଦ୍ଧ୍ବ ସ୍କୁଲର ୨୬୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗନେଇ ଗୀତ, ନୃତ୍ୟ, କୌତୁକ ପୋଷାକ ଓ ଗପକୁହା ଆଦି ପ୍ରତିଯୋଗିତାରେ ଭାଗ ନେବେ। ବିଚାରକଙ୍କ ଦ୍ବାରା ଏହି ସବୁ ପ୍ରତିଯୋଗିତାର ମୂଲ୍ୟାୟନ କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର