ଆଜିଠୁ ପ୍ରକୃତି ପଦଯାତ୍ରା

ଭୁବନେଶ୍ବର: ଐତିହ୍ୟ ପଦଯାତ୍ରା ଏବଂ ସଂଗ୍ରହାଳୟ ପଦଯାତ୍ରାର ସଫଳ ଯାତ୍ରା ପରେ ଯୋଡ଼ି ହୋଇଛି ‘ପ୍ରକୃତି ପଦଯାତ୍ରା’। ଆସନ୍ତାକାଲିଠୁ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଆଗକୁ ହକି ବିଶ୍ବକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ବିଦେଶୀ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଏହିଭଳି ପଦଯାତ୍ରାରେ ସାମିଲ୍‌ କରି ନିଆରା ଅନୁଭବ ଦେବାପାଇଁ ଏଭଳି ଏକ ଅଭିନବ ପନ୍ଥା ଆପଣାଇଛି ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ)। ଇକୋ ଟୁର୍‌ ସହଯୋଗରେ ଅନୁଷ୍ଠିତ ହେବ ଏହି ନେଚର ୱାକ୍‌ ତଥା ପ୍ରକୃତି ପଦଯାତ୍ରା। ଏହି ଅବସରରେ ଗୋଡ଼ିବାରିସ୍ଥିତ ଚନ୍ଦକା ଡମପଡ଼ା ୱାଇଲ୍‌ଡଲାଇଫ୍‌ ରିଜର୍ଭକୁ ଆସନ୍ତାକାଲି ସକାଳ ସାଢ଼େ ୬ଟାରେ ପଦଯାତ୍ରା ଆରମ୍ଭ ହେବ। ଏହି ପଦଯାତ୍ରାକୁ ଏଲିଫ୍ୟାଣ୍ଟ୍‌ ୱାକ୍‌ ତଥା ହାତୀ ପଦଯାତ୍ରା ଭାବେ ମଧ୍ୟ ନାମିତ କରାଯାଇଛି। ଭୁବନେଶ୍ବରର ଏହି ବନ୍ୟଜନ୍ତୁ ରହୁଥିବା ସ୍ଥଳ ସମ୍ବନ୍ଧରେ ପ୍ରଚାର ପ୍ରସାର କ୍ଷେତ୍ରରେ ଏହି ପଦଯାତ୍ରା ସ‌ହଯୋଗ କରିବ।

ସମ୍ବନ୍ଧିତ ଖବର