ଟ୍ରାଫିକ୍‌ କର୍ମଚାରୀଙ୍କ ପାଇଁ ଭ୍ରାମ୍ୟମାଣ ଶୌଚାଳୟ, ୨ଟିର ଉଦ୍‌ଘାଟନ କଲେ ଟ୍ରାଫିକ୍‌ ଡିସିପି

ଭୁବନେଶ୍ବର : ଆଉ ଟ୍ରାଫିକ୍‌ ପୁଲିସଙ୍କୁ ପରିସ୍ରା ଯିବା ପାଇଁ ଏଣେତେଣେ ବୁଲିବାକୁ ପଡ଼ିବନି। ଟ୍ରାଫିକ୍‌ ପୋଷ୍ଟ ନିକଟରେ ଥିବା ଶୌଚାଳୟକୁ ଯିବେ। ବିଳମ୍ବରେ ହେଲେ ମଧ୍ୟ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଛି। ଟ୍ରାଫିକ୍‌ରେ କାର୍ଯ୍ୟରତ କର୍ମଚାରୀ ଓ ଷ୍ଟୁଡେଣ୍ଟ ଟ୍ରାଫିକ୍‌ଙ୍କ ପାଇଁ ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଆଜି ଆଚାର୍ଯ୍ୟ ବିହାର ଓ ଜୟଦେବବିହାର ଟ୍ରାଫିକ୍‌ରେ ଦୁଇଟି ଭ୍ରାମ୍ୟମାଣ ଶୌଚାଳୟକୁ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଉଦ୍‌ଘାଟନ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୮ଟି ସ୍ଥାନ ପାଇଁ ଏଭଳି ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ରାଜଧାନୀର ସମସ୍ତ ଟ୍ରାଫିକ୍‌‌ ପୋଷ୍ଟ ନିକଟରେ ଏଭଳି ‌ଶୌଚାଳୟ ରଖାଯିବ। ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଟ୍ରାଫିକ୍‌ ଏସିପି ସସ୍ମିତ ପଣ୍ଡା, କିଶୋର ଚନ୍ଦ୍ର ପାଣିଗ୍ରାହୀ, ଆଇଆଇସି ସୁରେନ୍ଦ୍ର ବଳ, ପ୍ରମୋଦ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର