ବନମାଳିପୁର ଉପଡାକଘରୁ ଲକ୍ଷାଧିକ ଟଙ୍କା ଚୋରି

ବାଲିପାଟଣା: ବନମାଳିପୁର ଉପଡାକଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ଡାକଘରେ ଥିବା ଟ୍ରେଜେରିର ତାଲା ଭାଙ୍ଗି ୨ଲକ୍ଷ ୨୩ ହଜାର ୫୭ ଟଙ୍କା ଲୁଟେରା ଲୁଟି ନେଇଛନ୍ତି। ବିନା ସୁରକ୍ଷାରେ ଏତେ ଟଙ୍କା ଡାକଘରେ କାହିଁକି ରହୁଥିଲା, ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଚୋରି ଘଟଣା ଜଣାପଡ଼ିବା ପରେ ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ଗତ ଶନିବାର ସନ୍ଧ୍ୟା ସାଢେ ୬ରେ ଡାକଘର ବନ୍ଦ କରି କର୍ମଚାରୀ ଘରକୁ ଚାଲି ଯାଇଥିଲେ। ଆଜି ସକାଳ ସାଢେ ୯ଟାରେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ତ୍ରୈଲୋକ୍ୟ ପ୍ରଧାନ ଅଫିସକୁ ଆସି ଝରକା କାଚ ଏବଂ ଗ୍ରିଲ ଭଙ୍ଗାଥିବା ଦେଖିଥିଲେ। ଟ୍ରେଜେରି ତାଲା ନ ଥିବା ଦେଖି ମୁଖ୍ୟ ପୋଷ୍ଟମାଷ୍ଟର ଅନିରୁଦ୍ଧ ସେଠୀଙ୍କୁ ଫୋନ କରି ଜଣାଇଥିଲେ। ଘଟଣା ସମ୍ପର୍କରେ ଏଏସପି ପ୍ରଣବ କୁମାର ମିଶ୍ରଙ୍କୁ ମଧ୍ୟ ସୂଚନା ଦିଆପାଇଥିଲା। ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଏବଂ ଫାଣ୍ଡି ଅଧିକାରୀ ହରେକୃଷ୍ଣ ପ୍ରଧାନ ପହଞ୍ଚି ତଦନ୍ତ କରିଥିଲେ। ଏଏସପି ଶ୍ରୀ ମିଶ୍ର ଅପରାହ୍ନ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଉପସ୍ଥିତ ରହି ରିପୋର୍ଟ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର