ତୋଷାଳି ଜାତୀୟ କ୍ରାଫ୍ଟସ୍‌ ମେଳା: ଷଷ୍ଠ ସଂଧ୍ୟାରେ ‘ସୁରିଲି’

ଚନ୍ଦ୍ରଶେଖରପୁର  : ଜାତୀୟ ତୋଷାଳି ମେଳାର ଶୀତୁଆ ସଞ୍ଜରେ ଆଜି ଦର୍ଶକଙ୍କ ଖଚାଖଚ ଭିଡ଼ ଜମିଥିଲା। ଷଷ୍ଠ ସାଂସ୍କୃତିକ ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା ସିଟି ସଂଗୀତ ‘ସୁରିଲି’। ଯେଉଁଥିରେ ପୁନେର ବିଷିଷ୍ଟ ସିଟି ସଂଗୀତକାର ସୁନୀଲ ଗୋଡ଼ବୋଲେ ଯୋଗଦେଇ ଲଗାତାର ବିଭିନ୍ନ ନୂଆ ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତଗୁୁଡ଼ିକୁ ନିଜ ମୁହଁରେ ସିଟିମାରି ପରିବେଷଣ କରିଥିଲେ। ଯାହାକୁ ଦେଖିବା ପାଇଁ ମଞ୍ଚ ନିକଟରେ ଶତାଧିକ ଯୁବକ ଯୁବତୀଙ୍କ ସମାଗମ ହୋଇଥିଲା। ଏଭଳି ଏକ ନିଆରା ଢଙ୍ଗରେ ସଂଗୀତର ମଜା ନେବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶ୍ରୀ ଗୋଡ଼ବୋଲେଙ୍କ ସିଟିରେ ପାନ ଖାଏ ସଇଆଁ ହାମାରୋ….ଲଗ୍‌ଯା ଗଲେ ଓ ଆହୁରି ଅନେକଗୁଡ଼ିଏ ଗୀତ ଶୁଣି ଦର୍ଶକ ଖୁବ୍‌ ତାଳି ବର୍ଷା କରିଥିଲେ।

ସମ୍ବନ୍ଧିତ ଖବର