ଭୁବନେଶ୍ବର: ନନ୍ଦନକାନନରେ ଜନ୍ମ ନେଇଛି ଏକ ବିରଳ ପ୍ରଜାତିର କଇଁଛ। ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛଟିର ୨ଟି ମୁଣ୍ଡ ରହିଛି, ଯାହାକି ଅତ୍ୟନ୍ତ ବିରଳ। ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ।

Advertisment

publive-image

ଗୋଟିଏ ସାଧାରଣ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା। ୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରିରେ ରଖାଯାଇଛି। ଏହା ମୁଖ୍ୟତଃ ପାଣି କଇଁଛ ବୋଲି ଜାଣିବାକୁ ମିଳିଛି।