‘ସହର ପରିବର୍ତନ ଲ୍ୟାବ୍‌’ରେ ଭାଗନେଲେ ୧୩୦ ପିଲା

ଭୁବନେଶ୍ୱର : ସହରର ବିଭିନ୍ନ ସମସ୍ୟାରେ କିଭଳି ପରିବର୍ତନ ଆସିପାରିବ ତାହାକୁ ନେଇ ‘ସହର ପରିବର୍ତନ ଲ୍ୟାବ୍‌’ ଅନୁଷ୍ଠିତ ହୋଇଛି। ଇଡ୍‌କୋ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜଧାନୀର ୧୧ଟି ଶିକ୍ଷାନୁଷ୍ଠାନର ୧୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବର୍ଜ୍ୟବସ୍ତୁ ପରିଚାଳନା, ଛାତ୍ରୀ ଏବଂ ମହିଳାଙ୍କ ସୁରକ୍ଷା, ବରିଷ୍ଠ ନାଗରିକଙ୍କ ଲାଗି ସୁବିଧା, ଟ୍ରାଫିକ୍‌ ପରିଚାଳନା, ଅଟୋମେଟେଡ୍‌ ଷ୍ଟ୍ରିଟ୍‌ ଲାଇଟ୍‌, ଭେଣ୍ଡିଂ ମେସିନ୍‌ ପରି ବିଷୟ ଉପରେ ଛାତ୍ରଛାତ୍ରୀ ଲ୍ୟାବ୍‌ରେ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଏବଂ ବିଏମ୍‌ସିର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଦିନିକିଆ କାର୍ଯ୍ୟକ୍ରମରେ କିଟ୍‌, ସୋଆ, ସିଇଟି, ସିପେଟ୍‌, ଡିଏଭି ମ୍ୟାନେଜ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌, ସୃଷ୍ଟି ଏକାଡେମି ଏବଂ ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର