ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱର ପାୱାର ହାଉସ୍ ଛକ ଠାରେ ଖୋଲିଲା ମାଷ୍ଟର କଷ୍ଟମର କେୟାର କେନ୍ଦ୍ର

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାର ଙ୍କୁ ନେଇ ଗଠିତ ହୋଇଥିବା ଯୌଥ ଉଦ୍ୟୋଗ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବୁଧବାରଦିନ ଭୁବନେଶ୍ୱରର ପାୱାର ହାଉସ୍ ଛକ ଠାରେ ମାଷ୍ଟର କଷ୍ଟମର କେୟାର କେନ୍ଦ୍ର ଖୋଲାଯାଇଛି । ଏହାକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ କମିସନ (ଓଇଆରସି) ଅଧ୍ୟକ୍ଷ ୟୁଏନ ବେହେରା  ଉଦଘାଟନ କରିଛନ୍ତି ।

ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ଏବଂ ଗ୍ରାହକ ସନ୍ତୁଷ୍ଟିକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ ଟିପିସିଓଡିଏଲ୍ ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ଗ୍ରାହକ ସେବା କେନ୍ଦ୍ରରେ ବିଲ ପେମେଣ୍ଟ, ନୂଆ ସଂଯୋଗ ପଞ୍ଜୀକରଣ, ବିଭିନ୍ନ ପ୍ରକାରର ପ୍ରଶ୍ନର ସମାଧାନ ଏବଂ ପରିଚାଳନା ଏବଂ ବ୍ୟାବସାୟିକ ସେବାକୁ ନେଇ ଅଭିଯୋଗଗୁଡ଼ିକର ପଂଜୀକରଣ କରିବା ଭଳି ସେବା ପ୍ରଦାନ କରିବ ।

ଏହା ବ୍ୟତୀତ, ଗ୍ରାହକଙ୍କ ସୁବିଧା ଲାଗି ଏହି କେନ୍ଦ୍ର ଆଧୁନିକ ଉପକରଣରେ ପରିପୂର୍ଣ୍ଣ ରହିଛି ଯଥା କେନ୍ଦ୍ରରେ ଗ୍ରାହକମାନଙ୍କୁ ଠିକ୍ ଭାବେ ପରିଚାଳନା କରିବା ଲାଗି କିଉ ମ୍ୟାନେଜମେଣ୍ଟ ସିଷ୍ଟମ (ଧାଡ଼ି ପରିଚାଳନା ବ୍ୟବସ୍ଥା), ନୂଆ ସଂଯୋଗ/ଡୁପ୍ଲିକେଟ ବିଲ୍/ଗ୍ରାହକ ବିଲିଂ ଇତିହାସ ଇ୍ୟାଦି ସମସ୍ତ ପ୍ରକାର ସୂଚନା ପାଇଁ ଇ-କିଓସ୍କ ରହିଛି ।

ସମ୍ବନ୍ଧିତ ଖବର