ଯାତାୟାତ ସଂପର୍କିତ ସତର୍କ ସୂଚନା ଜାରି କଲା କମିସନରେଟ୍‌ ପୁଲିସ: ବାଣୀବିହାରରୁ ରସୁଲଗଡ଼ ଯାଉଥିଲେ ଏହି ରାସ୍ତାରେ ଯାଆନ୍ତୁ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ରସୁଲଗଡ଼ଠାରେ ଭୁ‌ବନେଶ୍ବର ଠାରୁ ମଞ୍ଚେଶ୍ବର ପର୍ଯ୍ୟନ୍ତ ତୃତୀୟ ରେଳଲାଇନ୍‌ ନିର୍ମାଣ କାର୍ଯ୍ୟ ନିମନ୍ତେ କଟକଣା ଲାଗୁ ହୋଇଛି। ଭୁବନେଶ୍ବର-କଟକ ପୁଲିସ କମିସନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି।

ପୁଲିସ କମିସନର କହିଛନ୍ତି ଯେ, ୧୬ ନମ୍ବର ଜାତୀୟ ରାଜପଥ ଦେଇ ବାଣୀବିହାର ପଟୁ ଆସୁଥିବା ସମସ୍ତ ଯାନବାହନଗୁଡ଼ିକ କଟକ କିମ୍ବା ପୁରୀ ଆଡ଼କୁ ଯିବାକୁ ଚାହୁଁଥିଲେ, ୧୬ ନମ୍ବର ଜାତୀୟ ରାଜପଥ ଦେଇ ପୁରୁଣା ରସୁଲଗଡ଼ ଫ୍ଲାଏଓଭର ବ୍ରିଜ୍‌ରେ ନଯାଇ, ନୂତନ ଭାବରେ ନିର୍ମାଣ ହୋଇଥିବା ରେଲୱେ ରୋଡ ଓଭରବ୍ରିଜ୍‌ ଅତିକ୍ରମ କଲା ପରେ ଡାହାଣ ମୋଡ଼ ନେଇ ୧୬ ନମ୍ବର ଜାତୀୟ ରାଜପଥ ଫ୍ଲାଏଓଭର ବ୍ରିଜ୍‌ ଦେଇ ନିଜନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

ସେହିପରି ରସୁଲଗଡ଼, ପଳାଶୁଣୀ, ବମିଖାଲ ଯିବାକୁ ଚାହୁଁଥିବା ଯାନବାହନଗୁଡ଼ିକ ପୂର୍ବଭଳ ଭିଏସ୍‌ଏସ୍‌ ରୋଡ଼ ଓଭରବ୍ରିଜ୍‌ ଛକ ଠାରୁ ରସୁଲଗଡ଼ ସର୍ଭିସ ରୋଡରେ ଯାଇ ନିଜନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଉପରୋକ୍ତ କଟକଣା ୨୦୨୩ ଜାନୁଆରି ୩୧ ତାରିଖ ଠାରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର