ଭୁବନେଶ୍ବର: କମିସନରେଟ ପୁଲିସ ଆସନ୍ତା ଦୁର୍ଗା ପୂଜା ପାଇଁ ଟ୍ରାଫିକ କଟକଣା ଜାରି କରିଛି। ସେପ୍ଟେମ୍ବର ୨୮ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଦୂର୍ଗା ପୂଜା ପାଳନ ପାଇଁ ଏହି କଟକଣା ଜାରି କରାଯାଇଛି। ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯିବା ନେଇ ଏହି କଟକଣା ଲାଗୁ ନେଇ ନୋଟିସ ଜାରି ହୋଇଛି। ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବା। ଏହିସମୟରେ କୌଣସି ଭାରୀ ଯାନ ନିମ୍ନଲିଖିତ ରାସ୍ତା ଦେଇ ଯାଇପାରିବେ ନାହିଁ।
କଟକଣା ରାସ୍ତା
-ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକୀଜ୍ ଏବଂ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତା)।
-ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ରୂପାଲି, ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟନ ଏବଂ ରାଜମହଲ ଛକ ସଂଲଗ୍ନ ରାସ୍ତା)।
-ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ସୈନିକ ସ୍କୁଲ ଛକ ସଂଲଗ୍ନ ରାସ୍ତା)।
-ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ନିକୋ ପାର୍କ, ପଟେଲ ମାର୍ଗ, ହାଉସିଂ ବୋର୍ଡ, ରବୀନ୍ଦ୍ର ମଣ୍ଡପ ଏବଂ ଏ.ଜି. ଛକ ସଂଲଗ୍ନ ରାସ୍ତା)।
-ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ଜାଭିୟର, କଳିଙ୍ଗ ହସ୍ପିଟାଲ, ଚମଣା ଏବଂ ପଟିଆ ଛକ ସଂଲଗ୍ନ ରାସ୍ତା)।
-ଜୟଦେବ ବିହାର ଛକ ଠାରୁ ରାଜ ଭାବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବେହେରା ସାହି ଛକ ଏବଂ ଶାସ୍ତ୍ରୀ ନଗର ଛକ ସଂଲଗ୍ନ ରାସ୍ତା)।
-ସି. ଆର.ପି. ଛକ ଠାରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ଷ୍ଟୁଆର୍ଟ ସ୍କୁଲ ଏବଂ ୟୁନିଟ୍-୮. ଡ଼ି.ଏ.ଭି. ସ୍କୁଲ ସଂଲଗ୍ନ ରାସ୍ତା)।
-ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ପାଇକନଗର, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ସଂଲଗ୍ନ ରାସ୍ତା)।
-ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ଜାଗମରା ଛକ ଏବଂ ଗଣ୍ଡମୁଣ୍ଡା ଛକ ସଂଲଗ୍ନ ରାସ୍ତା)।
-ଜାତୀୟ ରାଜପଥ - ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଥିବା ସର୍ଭିସ୍ ରୋଡ଼।
ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନ ଗୁଡ଼ିକୁ ଭୁବନେଶ୍ବର ଆଡ଼କୁ ଆସିବାକୁ ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ପିତାପଲି ଛକ ଠାରୁ ବାମ ପଟ ରାସ୍ତା ରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ - ୧୬ ରେ ମିଶିବେ । ସେହିପରି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥୁବା ଭାରୀ ଯାନ ଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀ ଠାରେ ଜାତୀୟ ରାଜପଥ - ୧୬ ରେମିଶିବେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖ୍ ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିକ୍ ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ ।
୧୨। ନୟାପଲ୍ଲୀ ରାବଣ ପୋଡ଼ି ସମୟରେ ଜାତୀୟ ରାଜପଥ - ୧୬ ଦେଇ କଟକ ପଟୁ ଆସୁଥିବା ସମସ୍ତ ଗାଡିଗୁଡିକ (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ- ୮. ଡ଼ିଏଭି ସ୍କୁଲ ଛକ ଦେଇ ସି.ଆର.ପି/ଫାୟାର ଷ୍ଟେସନ ଛକ ଆଡ଼କୁ ଯାଇପାରିବେ । ସେହିପରି ସମସ୍ତ ଗାଡିଗୁଡିକ ସି.ଆର.ପି ଛକ ଠାରୁ ଏକାମ୍ର କାନନ ରାସ୍ତା, ବିଜୁ ପଟ୍ଟନାୟକ କଲେଜ୍ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯିବେ ।
ଉପରୋକ୍ତ ଦିନ ମାନଙ୍କରେ କଟକଣା ଗୁଡିକୁ ଦୃଷ୍ଟିରେ ରଖ୍ ଭୁବନେଶ୍ବରକୁ ଆସୁଥୁବା କିମ୍ବା ଭୁବନେଶ୍ବର ଦେଇ ଯିବାକୁ ଚାହୁଁଥିବା ବସ ଗୁଡ଼ିକ ନିମ୍ନଲିଖିତ ରାସ୍ତା ଦେଇ ଯାଇପାରିବେ
-ପୁରୀ ପଟୁ ବରମୁଣ୍ଡା ଆଡ଼କୁ ଆସୁଥିବା ବସ ଗୁଡ଼ିକ ଲିଙ୍ଗିପୁର ଛକ ଠାରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଯାଇପାରିବେ। ସେହିପରି ବରମୁଣ୍ଡା ପଟୁ ପୁରୀ ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ଉପରଲିଗ୍ତ ରାସ୍ତାରେ ଯାଇପାରିବେ। କୌଣସି ପ୍ରକାର ବସ୍ ସହର ମଧ୍ୟକୁ ଛଡ଼ାଯିବ ନାହିଁ।
-ସେହିପରି, ପୁରୀ ପଟୁ କଟକ ଆଡ଼କୁ ଯାଉଥିବା ସମସ୍ତ ବସ ଗୁଡ଼ିକ ଲିଙ୍ଗିପୁର ଛକ ଦେଇ ବାଇପାସ ରୋଚ ରେ ଆସି ହାଇଟେକ ଛକ ଠାରେ ଜାତୀୟ ରାଜପଥ ଦେଇ ଯାଇପାରିବେ। ସେହିପରି କଟକ ପଟୁ ପୁରୀ ଆଡକୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ଉପରଲିଗ୍ତ ରାସ୍ତା ଦେଇ ଲିଙ୍ଗିପୁର ଛକ ଦେଇ ଯାଇପାରିବେ।
-ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡରୁ କୌଣସି ପ୍ରକାର ବସ୍ (ସରକାରୀ/ବେସରକାରୀ) ବାଣୀ ବିହାର ଛକ କିମ୍ବା ରବି ଟକୀଜ୍ ଛକ ଆଡ଼କୁ ଯାଇପାରିବେ ନାହିଁ। ଉକ୍ତ ଗାଡ଼ି ଗୁଡ଼ିକ କଟକଣା ନଥୁବା ସମୟରେ ରାମ ମନ୍ଦିର ଛକ ଦେଇ ହାଉସିଂ ବୋର୍ଡ ଛକ ହୋଇ ଏବଂ ଆଚାର୍ଯ୍ୟ ବିହାର ଛଳରେ ମିସିବେ।
-ଲିଙ୍ଗରାଜ ମନ୍ଦିର ପଟୁ କୌଣସି ପ୍ରକାର ବସ୍ କଳ୍ପନା ଛକ ଓ ଶିଶୁ ଭବନ ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ବସ୍ଗୁଡ଼ିକ ଗ୍ୟାରେଜ୍ ଛକ, ସାମନ୍ତରାପୁର ଦେଇ ଲିଙ୍ଗିପୁର ଆଡ଼କୁ ଯାଇପାରିବେ।
ଏହି ନିୟମଟି ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଯାଇଛି। ଏହି ନିୟମ ଖୋଲାପ କଲେ ଖୁଲାପକାରୀଙ୍କୁ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ଜୋରିମାନା ଦେବାକୁ ପଡ଼ିବ। ଉପରୋକ୍ତ କଟକଣା ଗୁଡ଼ିକ ପୁଲିସ, ଫାୟାର ବ୍ରିଗେଡେ, ଏକ୍ସସାଇଜ୍, ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡ଼ି ଗୁଡ଼ିକ ପାଇଁ ଲାଗୁ ହେବ ନାହିଁ। କମିସନରେଟ୍ ପୁଲିସ, ଭୁବନେଶ୍ଵର-କଟକ ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଏବଂ ଆନନ୍ଦମୟ ଦଶହରାର ଶୁଭେଚ୍ଛା ଜଣାଉଛି ଏବଂ ଟ୍ରାଫିକ୍ ଓ ସୁରକ୍ଷା ନିୟମ ଗୁଡ଼ିକୁ ଦାୟିତ୍ବର ସହ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରୁଛି।
Bhubaneswar | Durga Puja