‘ଚଲୋ’ ପକ୍ଷରୁ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସ୍ବେଚ୍ଛାସେବୀ ସଂସ୍ଥା ‘ସେଣ୍ଟର୍‌ଫର୍‌ ହ୍ୟୁମାନ୍ ଆୱାର୍‌ନେସ୍‌ ଆଣ୍ଡ୍‌ ଲର୍ନିଂ ଅପର୍ଚୁନିଟିଜ୍‌’ (ଚଲୋ) ପକ୍ଷରୁ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତର ନିର୍ବାଚନ କମିସନ୍‌ଙ୍କ ପୂର୍ବତନ ମୁଖ୍ୟ ପରାମର୍ଶଦାତା ଭଗବ‌ାନ ପ୍ରକାଶ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗ ଦେଇଥିଲେ। ଟ୍ରାଫିକ୍‌ ଅତିରିକ୍ତ ଡିସିପି କିଶୋର କୁମାର ପାଣିଗ୍ରାହୀ, ଏଜି ଛକସ୍ଥିତ ଟ୍ରାଫିକ୍ ଥାନା ଆଇଆଇସି ସୁରେନ୍ଦ୍ର କୁମାର ବଳ ଓ ଚନ୍ଦ୍ରଶେଖରପୁରସ୍ଥିତ ଟ୍ରାଫିକ୍ ଥାନା ଆଇଆଇସି ଅଞ୍ଜଳି ‌େଛାଟରାୟ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ। ସଂସ୍ଥାର ସଭାପତି କେ ସି ଓଝା ଓ ସମ୍ପାଦକ ସୁକାନ୍ତ କୁମାର ସାହୁ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଲିଫ୍‌ଲେଟ୍‌ ବାଣ୍ଟିଥିଲେ। ଅନୁଷ୍ଠାନ ପକ୍ଷରୁ ଚିନ୍ମୟୀ ମହାନ୍ତି, ବିବାସ୍ବାନ ଜେନା, ପ୍ରଦୀପ କୁମାର ପାତ୍ର, ମୋନାଲିସା ସିଂହ, ରଶ୍ମିତା ପାତ୍ର, ଫଗୁଚରଣ ଜେନା, ରଞ୍ଜନ କୁମାର ସାହୁ, ସରସ୍ବତୀ ସାହୁ ଓ ମଧୁମିତା ଦାସ ପ୍ରମୁଖ‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର