ରାଜମହଲ ଛକରେ ରଙ୍ଗ ରୁଟରେ ଯାଇ ନିୟମ ଉଂଲଘନ କରି ଧରାପଡ଼ିଲେ ଅନେକ ଗାଡ଼ିଚାଳକ

ଭୁବନେଶ୍ୱର: ତିନି ମାସର ବ୍ୟବଧାନ ପରେ ଡିସେମ୍ବର ୧ରୁ ପୁଣି ସାରା ରାଜ୍ୟରେ ନୂଆ ଟ୍ରାଫିକ ନିୟମ କଡାକଡି ହୋଇଛି । ଟ୍ରାଫିକ୍‌ ନିୟମ ଉଂଲଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି । ଭୁବନେଶ୍ବର ରାଜମହଲ ଛକରେ ରଙ୍ଗ ରୁଟରେ ଯାଇ ବହୁ ଗାଡି ଚାଳକ ଧରାପଡିଛନ୍ତି। ଧରାପଡିବା ପରେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ହେଲମେଟ ପିନ୍ଧି ନ ଥିଲେ , ସିଟ ବେଲ୍‌ଟ ପିନ୍ଧି ନ ଥିଲେ, କି ଫୋନରେ କଥା ହୋଇ ଯାଉଥିବା ଗାଡି ଚାଳକଙ୍କୁ ଟ୍ରାଫିକ ପୁଲିସ ଧରୁଛି।

ବାଣୀବିିହାର ଛକରେ ଗତକାଲି ରାତିରେ ହାଇଡେଫିନେସନ ସିସିଟିଭି ସ୍ୱୟଂଚାଳିତ କ୍ୟାମେରା ଖଞ୍ଜା ଯାଇଛି । ଆଗକୁ ରାତିରେ ମଧ୍ୟ ଟ୍ରାଫିକ ନିୟମ ଭାଙ୍ଗି ପାରିବେ ନାହିଁ ଗାଡି ଚାଳକ । ରାତିରେ କେହି ନ ଥିଲେ ବି ଗାଡି ଚାଳକ ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ । ଦ୍ରୁତ ଗତିରେ ଗାଡି ଚଳାଉଥିଲେ କିମ୍ବା ଟ୍ରାଫିକ ନିୟମ ଭାଙ୍ଗିଲେ ଗାଡି ନମ୍ବର ଚିହ୍ନଟ କରିବ ଏହି ସିସିଟିଭି କ୍ୟାମେରା । ଏହାପରେ ଉକ୍ତ ଗାଡି ଚାଳକଙ୍କ ଘରକୁ ଟ୍ରାଫିକ ନିୟମ ଉଂଲଘନ କରିଥିବା ନେଇ ଚାଲାଣ ପଠାଯିବ।

ସମ୍ବନ୍ଧିତ ଖବର