ଭୁବନେଶ୍ବର: ରାଜଧାନୀ ରାସ୍ତାରୁ ଜାମ୍ ପରିସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା କମିସନରେଟ୍ ପୁଲିସ ଅଟୋ ଚଳାଚଳ ଉପରେ ଗୁରୁତ୍ବ ଦେଇଛି। ଆଜି ଖୋଦ୍ ଟ୍ରାଫିକ୍ ଡିସିପି ସାଗରିକା ନାଥ ବାଣୀବିହାର ସ୍ଥିତ ଅଟୋ ଷ୍ଟାଣ୍ଡ ଓ ବେ’ ବୁଲି ସ୍ଥିତି ପରଖିଛନ୍ତି। ଅଟୋ ଚାଳକମାନେ ଠିକ୍ ସ୍ଥାନରେ ଗାଡ଼ି ରଖୁଛନ୍ତି ନା ନାହିଁ, ଠିକ୍ ସ୍ଥାନରୁ ଯାତ୍ରୀ ଉଠାଉଛନ୍ତି ଓ ଛାଡ଼ୁଛନ୍ତି ନା ନାହିଁ ତଦାରଖ କରିଥିଲେ। ଅଟୋ ସଂଘ ଓ ଚାଳକଙ୍କୁ ନିୟମ ବିଷୟରେ ଅବଗତ କରାଇବା ସହ କେଉଁଠି ଅଟୋ ରଖିବେ ସ୍ଥାନ ଚିହ୍ନଟ କରି ଦର୍ଶାଇଥିଲେ। ସେହିପରି ରାଜମହଲ ଓ ମ୍ୟୁଜିୟମ ଛକରେ ଅତିରିକ୍ତ ଟ୍ରାଫିକ୍ ଡିସିପି ଅମରେଶ ପଣ୍ଡା ଓ ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ ବୁଲି ସ୍ଥିତି ପରଖିବା ସହ ସଂଘ ଓ ଚାଳକଙ୍କୁ ନିୟମ ବିଷୟରେ ଅବଗତ କରାଇଥିଲେ।
ପ୍ରକାଶ ଥାଉ କି, ୨ ଦିନ ପୂର୍ବରୁ ଅଟୋ ଚଳାଚଳ ଉପରେ କଟକଣା ଲାଗୁକରିଥିବା ନେଇ କମିସନରେଟ୍ ପୁଲିସ ବିଜ୍ଞପ୍ତି ଜାରି କରିଥିଲା। ଅଟୋ ଚାଳକମାନେ ମନଇଚ୍ଛା ଯେଉଁଠୁ ପାରେ ସେଠୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ, ମନଇଚ୍ଛା ପାର୍କିଂ କରିପାରିବେ ନାହିଁ। କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଥିବା ନିର୍ଦ୍ଦିଷ୍ଟ ଷ୍ଟାଣ୍ଡରେ ଅଟୋ ପାର୍କ କରିବେ। ଆଉ ଅଟୋ ବେ’ରୁ ଯାତ୍ରୀଙ୍କୁ ଉଠାଇବେ ଓ ଛାଡ଼ିବେ। ସେହିପରି ବେ’ରେ ଏକା ସମୟରେ ୫ରୁ ଅଧିକ ଅଟୋ ରଖିପାରିବେ ନାହିଁ। ଯେହେତୁ ଆଜି ଠାରୁ ଅଟୋ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଏହାର ସ୍ଥିତି ପରିଖିବା ପାଇଁ ଆଜି ୩ଟି ସ୍ଥାନରେ ଏଭଳି ଅଚାନକ ଚଢ଼ଉ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/m14-1.jpg-auto-1.jpg)