ଭୁବନେଶ୍ୱର : ଟ୍ରାଫିକ୍‌ ନିୟମ ଅବମାନନା ପାଇଁ ଆଜି ୮୧ ଜଣ ଚାଳକଙ୍କ ନାମରେ ମାମଲା ହୋଇଥିବା ବେଳେ ୧୦ ଜଣଙ୍କ ଗାଡ଼ି ଚାଳନା ଲାଇସେନ୍‌ସ ରଦ୍ଦ କରାଯାଇଛି। ସେମାନଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଭୁଲ୍‌ ରାସ୍ତାରେ ଯିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଭଳି ବେଆଇନ ଚାଳନା ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଚଢ଼ଉ ଆଜି ରାଜମହଲ ଛକରେ ହୋଇଥିବା ବେଳେ ଆଗକୁ ବିଭିନ୍ନ ସ୍ଥାନରେ କରାଯିବ ବୋଲି ଆରଟିଓ(୧) ପ୍ରଦୀପ ମହାନ୍ତି କହିଛନ୍ତି।