ଭୁବନେଶ୍ବର : ସାଂଘାତିକ ହେଲାଣି କଟକ ରୋଡ୍ରେ ଥିବା ଏସପ୍ଲାନେଡ୍ ଛକ। ଯିଏ ଯେଉଁଠି ପାରିଲା, ଗାଡ଼ି ପାର୍କ କରୁଛି। ଉଠା ଦୋକାନୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଛକରେ କିଏ କୁଆଡ଼େ ଯାଉଛି, କିଛି ବି ଜଣାପଡ଼ୁନି। କିଛି ଦିନ ଛକରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟାର ସମାଧାନ କରିବାକୁ ଟ୍ରାଫିକ୍ ପୁଲିସ ମୁତୟନ କରାଯାଇଥିଲା। କିନ୍ତୁ ଏବେ ଆଉ ଟ୍ରାଫିକ୍ ପୁଲିସର ଦେଖା ମିଳୁନି। କେତେକ ସିକ୍ୟୁରିଟି ଗାର୍ଡ ପରିଚାଳନା କରୁଛନ୍ତି ଏହି ଛକର ଟ୍ରାଫିକ୍ ବ୍ୟବସ୍ଥା। ଏହାକୁ ନେଇ ରସୁଲଗଡ଼ ଶିଳ୍ପାଞ୍ଚଳ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି।
ଗତ କିଛି ଦିନ ହେବ ଏହି ଛକରେ ଏମିତି ପରିସ୍ଥିତି ଲାଗି ରହିଛି। ଟ୍ରାଫିକ୍ ପୁଲିସର ନାକ ତଳେ ଏଭଳି ଅଘଟଣ ଘଟୁଥିଲେ ମଧୢ ଟ୍ରାଫିକ୍ ନିୟମ ସମ୍ପର୍କରେ ତିଳେ ମାତ୍ର ଧାର ଧରି ନ ଥିବା ଯୁବକମାନଙ୍କୁ ଟ୍ରାଫିକ୍ ପରିଚାଳନାର ଦାୟିତ୍ବ ଦେଇ ଖସିଯାଇଛି ପ୍ରଶାସନ। ଫଳରେ ଏବେ ସମଗ୍ର କଟକ ରୋଡ୍ରେ ଅହେତୁକ ଭିଡ଼ ପରିଲକ୍ଷିତ ହେବା ସହ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧିଲାଣି। ଏନେଇ ଶିଳ୍ପାଞ୍ଚଳ ବାସିନ୍ଦା କମିସନରେଟ୍ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ ଏହାର ପ୍ରଭାବ କିଛି ବି ପଡ଼ୁ ନାହିଁ।
ଏହି ମଲ୍ ଏବେ ରାଜଧାନୀବାସୀଙ୍କ ସମେତ ଅନେକଙ୍କୁ ଆକର୍ଷିତ କରୁଛି ଏଠାରେ ସପି˚ କରିବାକୁ। ଫଳରେ ଏହି ମଲ୍କୁ ଦୈନନ୍ଦିନ ଶହଶହ ସ˚ଖ୍ୟାରେ ଗାଡ଼ି ମୋଟର ଆସୁଛି। ସପି˚ ମଲ୍ର ସମ୍ମୁଖ ରାସ୍ତାଟି ଅତ୍ୟନ୍ତ ସ˚କୀର୍ଣ୍ଣ। ବମିଖାଲ ଓଭରବ୍ରିଜ୍ର ମଧୢ ଶେଷ ଭାଗ ସେହି ସ୍ଥାନରେ। ସାମାନ୍ୟ ବର୍ଷାରେ ସେଠାରେ ଆଣ୍ଠୁଏ ପାଣି ଜମା ହୋଇଥାଏ। ମଲ୍ ଖୋଲିବା ପରେ ଏବେ ସେହି ରାସ୍ତାରେ ହଠାତ୍ ଉଠା ଦୋକାନ ସଂଖ୍ୟା ବଢ଼ି ଯାଇଛି। ହଠାତ୍ ଗୁଡ଼ିଏ ଅଟୋ ସେଠାରେ ପାର୍କି˚ କରିବା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ସେଠାରେ ପ୍ରବଳ ଗହଳି ହେଉଛି। ସ˚ଧୢାରେ ପରିସ୍ଥିତି ଜଟିଳ ହୋଇପଡ଼ୁଛି।
ମଲ୍ ଖୋଲିବାର ଦୁଇ ଦିନ ପର୍ଯ୍ୟନ୍ତ ଟ୍ରାଫିକ୍ ପୁଲିସର ଜଣେ ଅଧିକାରୀ ଓ ଦୁଇଜଣ କନଷ୍ଟେବଲ ନିୟୋଜିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରାଫିକ୍ ପୁଲିସ ସେଠାରୁ ହଠାତ୍ ଗାଏବ ହୋଇଯାଇଛନ୍ତି। ଏଥିପାଇଁ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ସାଧାରଣ ଲୋକ ଓ ସ୍ଥାନୀୟ ବାସିନ୍ଦା ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବମିଖାଲରୁ ରସୁଲଗଡ଼ ଛକକୁ ମାତ୍ର ୫ମିନିଟ୍ ରାସ୍ତାକୁ ଏବେ ଅତିକ୍ରମ କରିବାକୁ ୧୫ରୁ ୨୫ମିନିଟ୍ ସମୟ ଲାଗୁଛି। ମଲ୍କୁ ଲାଗି ରସୁଲଗଡ଼ ଶିଳ୍ପାଞ୍ଚଳ ରହିଛି। ଯେଉଁଠାରେ ଗଣମାଧୢମ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନି କାରଖାନା ରହିଛି। କିନ୍ତୁ ଛକର ପରିସ୍ଥିତି ଏପରି ଶିଳ୍ପାଞ୍ଚଳ ଭିତରକୁ ପ୍ରବେଶ କରିବାକୁ ଭିଡ଼ ଭିତରେ ଅପେକ୍ଷା କରିବାକୁ ପଡ଼ୁଛି।