ରାସ୍ତା ମଝିରେ ଖରାପ ହେଲା ଟ୍ରକ୍‌, ୩ ଘଣ୍ଟା ଫସିଲେ ଲୋକ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ପଳାଶୁଣୀଠାରେ ଏକ ଟ୍ରକ୍‌ ରାସ୍ତା ମଝିରେ ଖରାପ ହେବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୩ ଘଣ୍ଟା ଧରି ରସୁଲଗଡ଼ ଓଭର ବ୍ରିଜ ତଳେ ଭୁବନେଶ୍ୱର କଟକ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ବାଣୀବିହାର ଛକରୁ ପଳାଶୁଣୀ ପର୍ଯ୍ୟନ୍ତ ଗାଡ଼ି ଛିଡ଼ା ହୋଇ ରହିଥିଲା। ନିକଟ ଅତୀତରେ ଏକ ମାଛ ଟ୍ରକ ଓଲଟି ପଡ଼ିବାରୁ ୧୨ ଘଣ୍ଟା ଧରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। କିଛି ଦିନ ପୂର୍ବରୁ ଏକ ଗ୍ୟାସ୍‌ ଟାଙ୍କି ବୋଝେଇ ଟ୍ରକ ଓଲଟିବାରୁ ରାସ୍ତା ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ଟ୍ରାଫିକ ନିୟନ୍ତ୍ରଣରେ ପୁଲିସ ବିଫଳ ହେଉଥିବାରୁ ସାଧାରଣ ଯାତ୍ରୀଙ୍କୁ ଏଭଳି ହିନସ୍ତା ହେବାକୁ ପଡୁଛି। ତେବେ ରିପୋର୍ଟ ଲେଖାହେବା ବେଳକୁ ରାସ୍ତାରୁ ଟ୍ରକ୍‌ ଉଠାଯାଇ ନଥିଲା।

ସମ୍ବନ୍ଧିତ ଖବର