ବର୍ଷା ପାଇଁ ଜଳୁନି ଟ୍ରାଫିକର ନାଲି ବତୀ, ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଲା ପୁଲିସ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ବେହାଲ ହୋଇଛି ରାଜଧାନୀଠାରୁ ଗାଁ | ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ପାଇଁ ବର୍ଷା ସାଙ୍ଗକୁ ମେଘୁଆ ଆକାଶର ସ୍ଥିତି ମଧ୍ୟ ଦେଖାଯାଇଛି | ଏଭଳି ପରିସ୍ଥିତିରେ ଆଉ ଏକ ସମସ୍ୟା ଉତ୍ପନ୍ନ ହୋଇଛି | ମେଘୁଆ ଆକାଶ ସାଙ୍ଗକୁ ସୂର୍ଯ୍ୟକିରଣ କମ ଯୋଗୁଁ ଭଲ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ ଟ୍ରାଫିକ ପୋଷ୍ଟରେ ଥିବା ବତୀ |


ଏହି ସବୁ ବତୀଗୁଡିକ ସୌର ଶକ୍ତି ଦ୍ୱାରା କାମ କରୁଥିବାବେଳେ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ନ ପାଇବା ଯୋଗୁଁ ଏହାର ବ୍ୟାଟେରୀ ଚାର୍ଜ ହୋଇପାରୁନି | ଏଥିପାଇଁ ରାତି ୧୦ଟାରୁ ସକାଳ ୮ଟା ଯାଏଁ ସୌରଶକ୍ତି ସମ୍ପନ୍ନ ଟ୍ରାଫିକ ଲାଇଟ ବନ୍ଦ କରିବାକୁ କମିସନରେଟ ପୁଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ସେଥିପାଇଁ ଛକ ଓ ଏକାଧିକ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ସାବଧାନତା ଅବଲମ୍ବନ କରିବାକୁ କମିସନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି |

ସମ୍ବନ୍ଧିତ ଖବର