ଭୁବନେଶ୍ୱର: ପୁରୁଣା ଭୁବନେଶ୍ବର ମାଉସୀମା ଛକରେ ସର୍ବଦା ଯାନବାହନ ଭିଡ଼ ଲାଗି ରହିଛି। ଆଜି ସନ୍ଧ୍ୟାରେ ଏଠାରେ ପ୍ରବଳ ଭିଡ଼ ଯୋଗୁ ଅଭାବନୀୟ ସ୍ଥିତି ଉପୁଜିଥିଲା। ଏପରିକି ଦୁଇଟି ଆମ୍ବୁଲାନ୍ସ ଅଧଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା। ଫଳରେ ସେହି ସମୟରେ କ୍ୟାପିଟାଲ ହସ୍ପିଟାଲକୁ ଯାଉଥିବା ଦୁଇ ଗୁରୁତର ରୋଗୀ ବାଟରେ ଅଟକି ଯାଇଥିଲେ। ସୂଚନାଯୋଗ୍ୟ, ଜବରଦଖଲ ଯୋଗୁ ଏଠାରେ ସର୍ବଦା ଟ୍ରାଫିକ୍ ଜାମ୍ ହେଉଥିବା ନେଇ ଅଭିଯୋଗ ହେବାରୁ ଏଠାରୁ ଜବରଦଖଲ ହଟାଯାଇଥିଲା। କିନ୍ତୁ ଏହି ଉଚ୍ଛେଦର ୧୦ ଦିନ ପରେ ପୁଣି ଜବରଦଖଲ ଯୋଗୁ ଟ୍ରାଫିକ ସମସ୍ୟା ପୁଣି ମୁଣ୍ଡ ଟେକୁଛି। ବିବେକାନନ୍ଦ ମାର୍ଗରେ ମାଉସୀମା ଛକରେ ରାସ୍ତା ସଂଯୋଗ ସ୍ଥାନରେ ଜବରଦଖଲ ଯୋଗୁଁ ଭିଡ଼ ଲାଗିରହୁଛି।
ମନ୍ଦିର ମାଳିନୀ ପୁରୁଣା ଭୁବନେଶ୍ୱର ଯିବା ବେଳେ ଏଠାରେ ଉଠା ଦୋକାନୀଙ୍କ ଭିଡ଼ ଅଧିକ ସମସ୍ୟା ହେଉଛି ବୋଲି ସ୍ଥାନୀୟ ମୁରବୀମାନେ ବିଏମ୍ସି ନିକଟରେ ଅଭିଯୋଗ କରିଛନ୍ତି। ରାମେଶ୍ବର ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୨୦୧୬ ମସିହାରେ ସ୍ମାର୍ଟ ସିଟି ରୂପେ ମନୋନୀତ ଭୁବନେଶ୍ୱର ଆଗରେ ଏବେ ଜବରଦଖଲ ଏକ ମୁଖ୍ୟସମସ୍ୟା ରୂପେ ଛିଡା ହୋଇଛି। ବ୍ୟବସାୟ ପାଇଁ ପାର୍କିଂ ଯୋଗୁ ରାସ୍ତାରେ ଯିବା କଷ୍ଟ ହୋଇପଡ଼ିଛି। ଏଥିପାଇଁ ପଦକ୍ଷେପ ନେବାକୁ ସମିତିର ସଭ୍ୟ ରାତିକାନ୍ତ ରାଉତ, ପ୍ରସନ୍ନ ଚକ୍ରବର୍ତି ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/24/108-ambulance-2025-11-24-02-31-24.jpg)