ପୁରୁଣା ଭୁବନେଶ୍ୱର: ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ୱର ପାଟଣା ଛକଠାରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ରାସ୍ତା ସଙ୍କୁଚିତ ହୋଇଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ବ୍ରହ୍ମେଶ୍ୱର ମନ୍ଦିର ନିକଟ ଆଡ଼କୁ ଯାଇଥିବା ରାସ୍ତାରେ ଏକ ତୋରଣ ନିର୍ମାଣ ଚାଲିଥିବାରୁ ସେଠାରେ ରାସ୍ତା ବନ୍ଦ କରାଯାଇଛି। ଫଳରେ ଭିଡ଼ ବଢ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଓଟିଡିସି ପକ୍ଷରୁ ବ୍ରହ୍ମେଶ୍ୱର ପାଟଣା ଛକଠାରେ ଏକ ତୋରଣ ତିଆରି ଚାଲିଛି। ୩୪ ଫୁଟ ଚଉଡ଼ା ଓ ୨୦ ଫୁଟ୍ ଲମ୍ବର ଏହି ତୋରଣ ୨୭ ଲକ୍ଷ ଟଙ୍କା ବ୍ୟୟରେ କରାଯାଉଛି। ତେବେ ତୋରଣର ମଝି ଅଂଶ ଛାତ ପଡ଼ିବା ପରେ ବିମ୍ ଭାରା ଯୋଗୁଁ ରାସ୍ତାକୁ ବନ୍ଦ କରାଯାଇଛି। ଏହା କଡ଼ରେ ରାସ୍ତା ରହିଥିଲେ ମଧ୍ୟ ଉକ୍ତ ରାସ୍ତାରେ ଯାତାୟାତ କରିବାରେ ସମସ୍ୟା ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ବିଶ୍ୱଜିତ ଦାସ କହିଛନ୍ତି। ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ଅଧିକ ଭିଡ଼ ରହୁଛି। ତେବେ ଏନେଇ ଓଟିଡିସି ଯନ୍ତ୍ରୀ ସନ୍ତୋଷ ଜେନା କୁହନ୍ତି, ଗତ ମାସ ୨୫ତାରିଖରେ ଏହାର ଢଳେଇ ପଡ଼ିଥିଲା। ୨୨ଦିନ ପରେ ବିମ୍ ଖୋଲାଯିବ। ପରେ ସେଥିରେ ବିଭିନ୍ନ କାରୁକାର୍ଯ୍ୟ ହେବା ସହ ତୋରଣରେ ନାମ ଲେଖା ଯିବ। ତେବେ ଦେଢ଼ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାମ ସରିବାର ଯୋଜନା ରହିଛି। ଅନ୍ୟପକ୍ଷରେ ଯାତାୟାତରେ ଅସୁବିଧା ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ତୋରଣ ପାଇଁ ଟ୍ରାଫିକ୍ ଜାମ, ଜନ ଅସନ୍ତୋଷ ବଢ଼ୁଛି
/sambad/media/post_attachments/wp-content/uploads/2018/09/lingaraj-toran.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)