ସ୍ବାଧୀନତା ଦିବସ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ବର : ଗୁରୁବାର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ପାଖାପାଖି ୧୦ ହଜାର ଲୋକଙ୍କ ସମାଗମ ହେବ। ତେଣୁ ଉତ୍ସବ ସ୍ଥଳ ଆଖାପଖରେ ଯେପରି ଟ୍ରାଫିକ୍‌ ଜନିତ ସମସ୍ୟା ନ ଉପୁଜେ, ସେଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଟକଣା ଜାରି କରାଯାଇଛି। ଅପରପକ୍ଷେ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅସିତ ତ୍ରିପାଠୀ ମଧ୍ୟ ଉତ୍ସବସ୍ଥଳକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ସେ ଷ୍ଟେଜ୍‌ ଓ ପଡ଼ିଆ ଚତୁଃପାର୍ଶ୍ବ ବୁଲି ଦେଖିଥିଲେ।

ସରକାରୀ ପଦାଧିକାରୀମାନେ ଗେଟ୍‌ -୨ରେ ସେମାନଙ୍କ ପାସ୍‌ ଗାଡ଼ି ସହ ପ୍ରବେଶ କରିବାକୁ ଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ଗେଟ୍‌-୩ରେ ପଡ଼ିଆକୁ ପ୍ରବେଶ କରିବେ। ସ୍କୁଲ୍‌ ଓ କଲେଜ୍‌ ଛତ୍ରଛାତ୍ରୀମାନେ ଗେଟ୍‌-୪, ଗଣମାଧ୍ୟମ ପ୍ରତିନିଧିମାନେ ଗେଟ୍-୫ରେ ଉତ୍ସବସ୍ଥଳକୁ ପ୍ରବେଶ କରିବେ। ଯେଉଁ ଗାଡ଼ିଗୁଡ଼ିକୁ କାର ପାସ୍‌ ଦିଆଯାଇଛି, ସେଗୁଡ଼ିକ ୨ନମ୍ବର କିମ୍ବା ୬ନମ୍ବର ଗେଟ୍‌ ଦେଇ ନିର୍ଦ୍ଧାରିତ ସ୍ଥଳରେ ପାର୍କିଂ କରିବେ। କାର୍‌ ପାସ୍‌ ମିଳି ନଥିବା ଅତିଥିମାନଙ୍କ ଗାଡ଼ି ୟୁନିଟ୍‌-୩ କ୍ୟାପିଟାଲ୍‌ ହାଇସ୍କୁଲ୍‌ ପଡ଼ିଆରେ ପାର୍କିଂ ହେବ। ସେହିପରି ଜନସାଧାରଣ ମଧ୍ୟ ୟୁନିଟ୍‌-୩ କ୍ୟାପିଟାଲ୍‌ ହାଇସ୍କୁଲ୍‌ ପଡ଼ିଆରେ ପାର୍କିଂ କରି ଗେଟ୍‌ ନମ୍ବର ୩ ଓ ୪ ମଧ୍ୟ ଦେଇ ଉତ୍ସବସ୍ଥଳକୁ ପ୍ରବେଶ କରିବେ ବୋଲି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର