୫୦ ଟ୍ରାଫିକ ଛକରେ ଲାଗିଲା ଅତ୍ୟାଧୁନିକ ସିଗନାଲ୍‌

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରଥମ ପ୍ରକଳ୍ପ ଇଣ୍ଟେଲିଜେଣ୍ଟ ଟ୍ରାଫିକ ସିଷ୍ଟମରେ ରାଜଧାନୀର ୫୦ଟି ଟ୍ରାଫିକ ଛକରେ ଅତ୍ୟାଧୁନିକ ଟ୍ରାଫିକ ସିଗନାଲ୍‌ ଲାଗିଛି। ଏହାଦ୍ୱାରା ଟ୍ରାଫିକ ସିଗନାଲ୍‌ ସ୍ୱୟଂଚାଳିତ ଭାବେ ପରିଚାଳନା ହେଉଛି। ବିଭିନ୍ନ ଛକରେ ଲୋକଙ୍କୁ ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ସବୁଜ ସଂକେତକୁ ଅପେକ୍ଷା କରିବାକୁ ପଡ଼ୁନି ବୋଲି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କହିଛନ୍ତି।

ଏହି ବ୍ୟବସ୍ଥାରେ ଟ୍ରାଫିକ ସିଗନାଲ୍‌ଗୁଡ଼ିକ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଛି। ଟ୍ରାଫିକ ପୁଲିସକୁ ପୋଷ୍ଟରେ ଛିଡ଼ା ହେବାକୁ ପଡ଼ୁନି। ଲୋକମାନେ ସ୍ୱତଃପୂର୍ତ୍ତ ଭାବେ ସିଗନାଲ୍‌ ଅନୁଯାୟୀ ଯାତାୟତ କରୁଛନ୍ତି ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ କହିଛନ୍ତି।

ଖୁବ୍‌ ଶୀଘ୍ର ରାଜଧାନୀରେ ଆଉ ୧୪ଟି ପେଲିକାନ୍‌ ସିଗନାଲ୍‌ ଏବଂ ୫ଟି ବ୍ଲିଙ୍କର୍‌ ଲାଗିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର